ବ୍ରିଜ୍‌ରୁ ବସ୍‌ ଖସି ଗୋଟିଏ ପରିବାରର ୫ ମୃତ

ମୁମ୍ବାଇ : ଦୀପାବଳିରେ ପିକ୍‌ନିକ ପାଇଁ ଯାଉଥିବା ବସ୍‌ ବ୍ରିଜ୍‌ ଉପରୁ ଖସି ପଡିବାରୁ ଗୋଟିଏ ପରିବାରର ୫ ଜଣଙ୍କର ମୃତ୍ୟୁ ହୋଇଛି। ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଖବର ଅନୁଯାୟୀ ମହାରାଷ୍ଟ୍ରର ସତାରା ଜିଲ୍ଲା କରାଦ ସହରର ଗୋଟିଏ ପରିବାର ୧୩ ଜଣ ସଦସ୍ୟ ବସ୍‌ ନେଇ ଗୋଆକୁ ପିକନିକ୍‌ ପାଇଁ ଯାଉଥିଲେ। ସମସ୍ତେ ନଭି ମୁମ୍ବାଇର ଭଶି ଅଞ୍ଚଳରେ ବାସିନ୍ଦା। ବସ୍‌ଟି ପୁଣେ-ବେଙ୍ଗାଲୁରୁ ଜାତୀୟ ରାଜପଥର ଉମବ୍ରାଜରେ ଯାଉଥିବା ବେଳେ ଡ୍ରାଇଭର ରିଙ୍କୁ ସାହୁ ନିୟନ୍ତ୍ରଣ ହରାଇବାରୁ ବସ୍‌ଟି ବ୍ରିଜ୍‌ ଉପରୁ ୪୦ ଫୁଟ ତଳକୁ ଶୁଖିଲା ନଦୀକୁ ଖସି ପଡ଼ିଥିଲା। ଘଟଣା ସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।