ବସ୍‌ ଡ୍ରାଇଭର ସାଜିଲେ ମନ୍ତ୍ରୀ ସୁଶାନ୍ତ ସିଂହ

ସୋହେଲା : ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ ବିଭିନ୍ନ କାରଣକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ଶୁକ୍ରବାର ସକାଳେ ତାଙ୍କୁ ବସ୍‌ ଡ୍ରାଇଭର ସିଟ୍‌ରେ ଦେଖିବାକୁ ମିଳିଥିଲା। ମନ୍ତ୍ରୀ ଶ୍ରୀ ସିଂହ ନିଜେ ଏକ ବସ୍‌ ଚଳାଇ ମେଲଛାମୁଣ୍ଡା ଥାନା ସାଲେପାଲି ଓ ପେଟୁପାଲି କ୍ବାରାଣ୍ଟିନ୍‌ ସେଣ୍ଟର୍‌ରେ ରହିଥିବା ଲୋକଙ୍କୁ ଆଣିବାକୁ ଯାଇଥିଲେ।  

ସାଲେପାଲି କେନ୍ଦ୍ରରେ ଥିବା କୋଲକତା ଫେରନ୍ତା ଏକ ପରିବାରର ୫ ଜଣ ଏବଂ ପେଟୁପାଲି କେନ୍ଦ୍ରରେ ଥିବା ୨ ଜଣଙ୍କୁ ବସ୍‌ରେ ନେଇ ସେ ସୋହେଲା କଲେଜରେ କରାଯାଇଥିବା କ୍ବାରାଣ୍ଟିନ୍‌ ସେଣ୍ଟର୍‌କୁ ଆଣିଥିଲେ। ତାଙ୍କ ସହିତ ସୋହେଲା ବିଡିଓ ବିଶ୍ୱରଞ୍ଜନ କର, ଥାନାଧିକାରୀ ନିର୍ମଳ ଚନ୍ଦ୍ର ମହାପାତ୍ର, ପ୍ରଫୁଲ୍ଲ ପଧାନ ପ୍ରମୁଖ ଯାଇଥିଲେ।

ମତାମତ ଦିଅନ୍ତୁ ।