April 5, 2020

ମାର୍ଚ୍ଚ ୨ୟ ସପ୍ତାହରେରେ ୫ଦିନ ବ୍ୟାଙ୍କ ବନ୍ଦ

ନୂଆଦିଲ୍ଲୀ: ବ୍ୟାଙ୍କ ଅଫିସର୍ ଓ କର୍ମଚାରୀମାନେ ୧୨ ଦଫା ଦାବି ନେଇ ପୁଣି ଧର୍ମଘଟ କରିବାର ଆଶଙ୍କା ଦେଖା ଦେଇଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଆସନ୍ତା ମାର୍ଚ୍ଚ ମାସରେ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ହେବ। ଯଦି ଧର୍ମଘଟ ହୁଏ ତେବେ ମାର୍ଚ୍ଚର ଦ୍ୱିତୀୟ ସପ୍ତାହରେ ୫ ଦିନ ବ୍ୟାଙ୍କ ବନ୍ଦ ରହିବ। ବ୍ୟାଙ୍କ କର୍ମଚାରୀ ଫେଡେରେସନ୍ ଅଫ ଇଣ୍ଡିଆ ଓ ଅଖିଳ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଗଠନ ତରଫରୁ କୁହାଯାଇଛି ସରକାର ସଂଘର ଦାବି ପୂରଣ ନକଲେ ଦେଶର ସବୁ ସରକାରୀ ବ୍ୟାଙ୍କର କର୍ମଚାରୀ ମାର୍ଚ୍ଚ ୧୧ରୁ ୧୩ ତାରିଖ ଧର୍ମଘଟ କରିବେ। ମାର୍ଚ୍ଚ ୧୪ରେ ଦ୍ୱିତୀୟ ଶନିବାର ଓ ମାର୍ଚ୍ଚ ୧୫ ରବିବାର ଛୁଟି ହେବ। ତେଣୁ ବ୍ୟାଙ୍କ କ୍ରମାଗତ ଭାବେ ୫ ଦିନ ବନ୍ଦ ରହିବ।

Leave a Reply

Your email address will not be published. Required fields are marked *