April 4, 2020

ଜିଓ, ଏୟାରଟେଲ୍ ଓ ଭୋଡାଫୋନ୍-ଆଇଡିଆର ପ୍ରିପେଡ୍ ପ୍ଲାନ

ନୁଆଦିଲ୍ଲୀ : ଅଧିକରୁ ଅଧିକ ଗ୍ରାହକଙ୍କୁ ନିଜ ସହ ଯୋଡିବା ପାଇଁ ଜିଓ, ଏୟାରଟେଲ୍ ଓ ଭୋଡାଫୋନ୍-ଆଇଡିଆ ମଧ୍ୟରେ ଚାଲିଛି ପ୍ରତିଯୋଗିତା। ୩ଟି ଯାକ ଟେଲିକମ୍ କମ୍ପାନୀ ବଜାରରେ ଉପଲବ୍ଧ କରାଇଛନ୍ତି ଅନେକ ପ୍ରକାର ପ୍ରିପେଡ୍ ପ୍ଲାନ୍ସ। କେଉଁ ପ୍ଲାନରେ ଅଧିକ ଡାଟା ଓ ଅନଲିମିଟେଡ୍ କଲିଂ ସୁବିଧା ରହିଛି ଆସନ୍ତୁ ସେ ବିଷୟରେ ଜାଣିବା।

ଜିଓ : ୧୯୯ ଟଙ୍କିଆ ପ୍ଲାନ୍ (ବୈଧତା ୨୮ଦିନ) – ଏହି ପ୍ଲାନରେ ଉପଭୋକ୍ତାଙ୍କୁ ପ୍ରତିଦିନ ୧.୫ ଜିବି ଡାଟା ଓ ୧୦୦ ଏସଏମଏସ୍ ପଠାଇବାର ସୁବିଧା। ଏଥିସହ ୧୦୦୦ ଏଫୟୁପି ମିନିଟ୍ ଅନ୍ୟ ନେଟୱର୍କରେ କଲିଂ। ଜିଓ ଟୁ ଜି ନେଟୱର୍କରେ ଅନଲିମିଟେଡ୍ କଲିଂ ଏବେ ବି ଜାରି ରହିଛି। ଏହାଛଡା କମ୍ପାନୀ ଜିଓ ଆପ୍ସର ମାଗଣାରେ ସବସ୍କ୍ରିପ୍ସନ ଦେବ।

ଜିଓ : ୨୪୯ ଟଙ୍କିଆ ପ୍ଲାନ୍ (ବୈଧତା ୨୮ଦିନ) – ଏହି ପ୍ଲାନରେ ଉପଭୋକ୍ତାଙ୍କୁ ମିଳିବ ପ୍ରତିଦିନ ୨ ଜିବି ଡାଟା ଓ ୧୦୦ ଏସଏମଏସ ସହିତ ୧୦୦୦ ଏଫୟୁପି ମିନିଟ୍ ଅନ୍ୟ ନେଟୱର୍କରେ କଲିଂ କରିପାରିବେ। ଜିଓ ଟୁ ଜି ନେଟୱର୍କରେ ଅନଲିମିଟେଡ୍ କଲିଂ ସୁବିଧା ଏବେ ବି ରହିଛି। ଏହାଛଡା କମ୍ପାନୀ ଜିଓ ଆପ୍ସର ମାଗଣାରେ ସବସ୍କ୍ରିପ୍ସନ ଦେବ।

ଏୟାରଟେଲ : ୩୯୯ ଟଙ୍କିଆ ପ୍ଲାନ (ବୈଧତା ୫୬ ଦିନ) – ଏହି ପ୍ଲାନରେ ପ୍ରତିଦିନ ୧.୫ ଜିବି ଡାଟା ଓ ୧୦୦ ଏସଏମଏସ୍ ଉପଭୋକ୍ତା ପଠାଇ ପାରିବେ। ଏଥିସହ ଯେ କୌଣସି ନେଟୱର୍କକୁ ଅନଲିମିଟେଡ୍ କଲିଂର ସୁବିଧା ରହିଥିବା ବେଳେ କମ୍ପାନୀ ଗ୍ରାହକଙ୍କୁ ପ୍ରିମିୟମ୍ ଆପ୍ସର ମାଗଣାରେ ସବସ୍କ୍ରିପ୍ସନ ଦେବ।

ଏୟାରଟେଲ୍ : ୪୪୯ ଟଙ୍କିଆ ପ୍ଲାନ୍ (ବୈଧତା ୫୬ ଦିନ) – ଏହି ପ୍ଲାନରେ ଉପଭୋକ୍ତାଙ୍କୁ ମିଳିବ ପ୍ରତିଦିନ ୨ ଜିବି ଡାଟା ଓ ୧୦୦ ଏସଏମଏସ ପଠାଇ ପାରିବେ। ଏଥିସହ ଯେ କୌଣସି ନେଟୱର୍କରେ ଅନଲିମିଟେଡ୍ କଲିଂ ସୁବିଧା ରହିଥିବା ବେଳେ କମ୍ପାନୀ ୟୁଜର୍ସଙ୍କୁ ୱିଙ୍କ ମ୍ୟୁଜିକ୍ ଓ ଏୟାରଟେଲ୍ ଏକ୍ସଟ୍ରିମର ମାଗଣାରେ ସବସ୍କ୍ରିପ୍ସନ ଦେବ।

ଭୋଡାଫୋନ୍-ଆଇଡିଆ : ୨୯୯ ଟଙ୍କିଆ ପ୍ଲାନ୍ (ବୈଧତା ୨୮ଦିନ) – ଭୋଡାଫୋନ-ଆଇଡିଆର ଏହି ପ୍ଲାନରେ ଉପଭୋକ୍ତାଙ୍କୁ ମିଳିବ ପ୍ରତିଦିନ ୨ ଜିବି ଡାଟା ଓ ୧୦୦ ଏସଏମଏସ୍ ପଠାଇବାର ସୁବିଧା। ୟୁଜର୍ସଙ୍କୁ ଯେ କୌଣସି ନେଟୱର୍କକୁ ଅନଲିମିଟେଡ୍ କଲିଂ ମଧ୍ୟ କରିପାରିବେ।

Leave a Reply

Your email address will not be published. Required fields are marked *