ଷ୍ଟେଟ୍ ବ୍ୟାଙ୍କ ସଞ୍ଚୟ ଖାତାରେ ସର୍ବନିମ୍ନ ବାଲାନ୍ସ ବ୍ୟବସ୍ଥା ଉଠିଲା

ମୁମ୍ବାଇ : ଦେଶର ବୃହତ୍ତମ ବାଣିଜ୍ୟିକ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ସର୍ବନିମ୍ନ ବାଲାନ୍ସ ଆବଶ୍ୟକତାକୁ ଉଠାଇ ଦେଇଛି। ବର୍ତ୍ତମାନର ବ୍ୟବସ୍ଥା ଅନୁସାରେ ସହରାଞ୍ଚଳ ଗ୍ରାହକମାନେ ସଂଚୟ ଖାତାରେ ସର୍ବନିମ୍ନ ୩ ହଜାର ଟଙ୍କା, ଅର୍ଦ୍ଧ-ସହରାଞ୍ଚଳ ୨ ହଜାର ଟଙ୍କା ଓ ଗ୍ରାମାଞ୍ଚଳ ଗ୍ରାହକମାନେ ସର୍ବନିମ୍ନ ୧ ହଜାର ଟଙ୍କା ରଖିବା ବାଧ୍ୟତାମୂଳକ ରହିଛି। ଏହି ସର୍ବନିମ୍ନ ଜମା ବା ବାଲାନ୍ସ ନରହିଲେ ବ୍ୟାଙ୍କ ୫ ଟଙ୍କାରୁ ଆରମ୍ଭ କରି ୧୫ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରୁଥିଲା। କିନ୍ତୁ ଏବେ ଏହି ବ୍ୟବସ୍ଥା ଉଠିଯିବା ପରେ ବ୍ୟାଙ୍କର ପ୍ରାୟ ୪୪.୫୧ କୋଟି ଗ୍ରାହକ ଉପକୃତ ହେବେ। ଷ୍ଟେଟ ବ୍ୟାଙ୍କ ମଧ୍ୟ ଏସଏମଏସ ଦେୟକୁ ପ୍ରତ୍ୟାହାର କରିନେଇଛି।

ଏ ସଂପର୍କରେ ସୂଚନା ଦେଇ ଷ୍ଟେଟ ବ୍ୟାଙ୍କର ଅଧ୍ୟକ୍ଷ ରଜନୀଶ କୁମାର। ସେ କହିଛନ୍ତି ହି ପଦକ୍ଷେପ ବ୍ୟାଙ୍କର କୋଟି କୋଟି ଗ୍ରାହକଙ୍କ ମୁଖରେ ଖୁସି ଆଣିବା ସହିତ ସେମାନେ ଅଧିକ ସଶକ୍ତ ହେବେ। ସାରା ଦେଶରେ ଷ୍ଟେଟ ବ୍ୟାଙ୍କର ପ୍ରାୟ ୨୪ ହଜାର ଶାଖା ଥିବାବେଳେ ୪୪ କୋଟି ଗ୍ରାହକ ରହିଛନ୍ତି। ଷ୍ଟେଟ ବ୍ୟାଙ୍କର ଏହି ପଦକ୍ଷେପ ପରେ ଅନ୍ୟ ବ୍ୟାଙ୍କମାନେ ମଧ୍ୟ ଏହି ନୀତି ଅନୁସରଣ କରିବାର ସମ୍ଭାବନା ରହିଛି।

ମତାମତ ଦିଅନ୍ତୁ ।