ଦୋକାନକୁ ଯିବାକୁ ପଡିବନି, ଫୋନ୍‌ କଲରେ ସପିଂ ମଲ୍‌ ପଠାଇବ ଜିନିଷ

Breaking News ବାଣିଜ୍ୟ

ଭୁବନେଶ୍ଵର : କଟକ ପୌର ନିଗମର କରୋନା ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୂରତା ବଜାୟ ରଖିବାକୁ ନେଇଛି ପଦକ୍ଷେପ। ଏହି ବ୍ୟବସ୍ଥାରେ ଖାଉଟି ସାମଗ୍ରୀ ପାଇଁ ଦୋକାନକୁ ଯାଇ ଗହଳି କରିବାକୁ ପଡ଼ିବନି। ଫୋନ କଲ୍‌ରେ ସପିଂ ମଲ୍‌ ଘରେ ପହଞ୍ଚାଇବେ ଜିନିଷ। ଏଥିପାଇଁ ସହରର ୧୧ଟି ସପିଂ ମଲ୍‌କୁ କଟକ ମହାନଗର ନିଗମ (ସିଏମ୍‌ସି) ନିର୍ଦ୍ଦେଶ ଦେଇଛି। ରିଲାଏନ୍ସ ଫ୍ରେସର ୮, ମେଟ୍ରୋ ସୁପର ମାର୍କେଟ୍‌ର ୨ ଓ ବିଗ୍‌ ବଜାର ଗୋଟିଏ ସପିଂ ମଲ୍‌ ରହିଛି। ଦେଶରେ ଦିନକୁ ଦିନ ‘କରୋନା’ ମୃତ ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ସେଥିପାଇଁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘରେ ରହିବାକୁ ଦେଶବାସୀଙ୍କୁ ପରାମର୍ଶ ଦେବା ସହିତ ସମଗ୍ର ଦେଶକୁ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ଯାହାଫଳରେ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଦୋକାନରେ ଭିଡ଼ ଜମାଉଛନ୍ତି। ଦୋକାନରେ ଭିଡ଼ ଜମାଇଲେ ‘କରୋନା’ ବ୍ୟାପିବା ଭୟ ଥିବାରୁ ଲୋକମାନଙ୍କୁ ଖାଉଟି ସାମଗ୍ରୀ ଯୋଗାଇ ଦେବା ପାଇଁ ସିଏମ୍‌ସି ଏହି ବ୍ୟବସ୍ଥା କରିଛି।

ମତାମତ ଦିଅନ୍ତୁ ।