ପେଟ୍ରୋଲ୍‌ ୬% ଓ ଡିଜେଲ୍‌ରେ ୨% ଭାଟ୍ ବୃଦ୍ଧି

ଭୁବନେଶ୍ୱର : ରାଜ୍ୟ ସରକାର ପେଟ୍ରୋଲ୍ ଓ ଡିଜେଲ୍ ଉପରେ ଯଥାକ୍ରମେ ୬ ଓ ୨ ପ୍ରତିଶତ ଭାଟ୍ ବୃଦ୍ଧି କରିଛନ୍ତି। ଏହାଦ୍ୱରା ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୩ ଟଙ୍କା ୧୧ ପଇସା ଓ ଡିଜେଲ୍ ଦର ୧ ଟଙ୍କା ୦୩ ପଇସା ବୃଦ୍ଧି ପାଇବ। ପେଟ୍ରୋଲ୍ ଉପରେ ରାଜ୍ୟ ସରକାର ୨୬% ଭାଟ୍ ଆଦାୟ କରୁଥିବାବେଳେ ଏବେ ୩୨ ପ୍ରତିଶତ ଭାଟ୍ ଆଦାୟ ହେବ। ଡିଜେଲ୍ ଉପରେ ସେହିଭଳି ଭାଟ୍ ୨୬ ରୁ ୨୮ ପ୍ରତିଶତକୁ ବୃଦ୍ଧି ପାଇଛି। ଏହି ବୃଦ୍ଧି ଫଳରେ ଭୁବନେଶ୍ୱରରେ ପେଟ୍ରୋଲ୍ ଲିଟର ପିଛା ୭୧.୬୯ ଟଙ୍କା ଓ ଡିଜେଲ୍ ଦଳ ୬୭.୭୩ ଟଙ୍କା ହେବ। ବର୍ଦ୍ଧିତ ଦର ୧୭ ତାରିଖ (ଆସନ୍ତାକାଲି)ରୁ ଲାଗୁ ହେବ।

ମତାମତ ଦିଅନ୍ତୁ ।