ଜାନୁଆରୀ ସୁଦ୍ଧା ଦେଶରେ ଉପଲବ୍ଧ ହେବ କରୋନା ଟିକା

ନୂଆଦିଲ୍ଲୀ : ଭାରତରେ ଏକାଧିକ କରୋନା ଟିକାର ଶେଷ ପର୍ଯ୍ୟାୟ ପରୀକ୍ଷା ଚାଲିଛି। ଟିକା ବିତରଣ ପାଇଁ ସରକାର ପ୍ରସ୍ତୁତ କରୁଛନ୍ତି ଯୋଜନା। ତେଣୁ ଆମର ଆଶା ଚଳିତ ମାସ କିମ୍ବା ଜାନୁଆରୀ ପ୍ରଥମ ସପ୍ତାହରେ ଯେ କୌଣସି ଗୋଟିଏ ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମିଳିବ। ଏମ୍ସ ନିର୍ଦ୍ଦେଶକ ଡା ରଣଦୀପ ଗୁଲେରିଆ ଆଜି ଏହି ସୂଚନା ଦେଇଛନ୍ତି।

ନ୍ୟୁଜ ଏଜେନ୍ସି ଏଏନଆଇକୁ ଡା ଗୁଲେରିଆ କହିଛନ୍ତି ଯୁଦ୍ଧକାଳୀନ ଭିତ୍ତିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ ଟିକା ବିତରଣ ପାଇଁ ବ୍ୟବସ୍ଥା କରାଯାଉଛି। ବିଶେଷ କରି କୋଲ୍ଡ ଚେନ୍‌ ଉପରେ ରହିଛି ଫୋକସ। ଉପଯୁକ୍ତ ଷ୍ଟୋର ହାଉସ, ଡେଭଲପିଂ କୌଶଳ ଓ ଟିକା ଲୋକଙ୍କୁ ଦେବାକୁ ଥିବା କର୍ମଚାରୀଙ୍କ ଟ୍ରେନିଂକୁ ଗୁରୁତ୍ୱ ଦିଆଯାଇଛି। ପରୀକ୍ଷାରୁ ମିଳିଥିବା ତଥ୍ୟ ଅନୁଯାୟୀ ଟିକା ସଂପୂର୍ଣ୍ଣ ସୁରକ୍ଷିତ। ଟିକାର ସୁରକ୍ଷା ଓ ପ୍ରଭାବରେ କୌଣସି ପ୍ରକାରର ବୁଝାମଣା କରାଯାଇ ନାହିଁ। ୭୦ରୁ ୮୦ ହଜାର ଲୋକଙ୍କୁ ପରୀକ୍ଷାରେ ସାମିଲ କରି ଟିକାର ଗୁଣବତ୍ତା ଆକଳନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଟିକା ନେଇଥିବା ଲୋକଙ୍କ ଶରୀରରେ କୌଣସି ପ୍ରକାରର ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଇ ନାହିଁ। ତଥ୍ୟ କହୁଛି ସଟଟର୍ମରେ ଟିକା ବେଶ ସୁରକ୍ଷିତ।

  କୃଷି ଆଇନ ପ୍ରତ୍ୟାହାର ଛାଡି ଅନ୍ୟ ପ୍ରସଙ୍ଗ ଆଲୋଚନା ପାଇଁ ପ୍ରସ୍ତାବ ଦେଲେ କୃଷିମନ୍ତ୍ରୀ

ଅକ୍ସଫୋର୍ଟ ଟିକାକୁ ନେଇ ଅସୁସ୍ଥ ହୋଇଥିବା ଚେନ୍ନାଇର ଯୁବକ ଅଭିଯୋଗ ଉପରେ ମତଦେଇ ସେ କହିଛନ୍ତି ପବ୍ଲିକ ଡୋମେନରେ ରହିଥିବା ତଥ୍ୟ ଅନୁସାରେ ଚେନ୍ନାଇ ଘଟଣା ସହ ଟିକାର କୌଣସି ସମ୍ପର୍କ ନାହିଁ। ଆମେ ପରୀକ୍ଷା ବେଳେ ହଜାର ହଜାର ଲୋକଙ୍କୁ ଟିକା ଦେଇଥାଉ ସେତେବେଳେ ଅନେକ ଲୋକ ଅନ୍ୟାନ୍ୟ ରୋଗରେ ପୀଡ଼ିତ ରହିଥାଆନ୍ତି। ତେଣୁ ଏହାକୁ ଟିକା ସହ ଯୋଡ଼ିବା ଠିକ ନୁହେଁ ବୋଲି ସେ କହିଛନ୍ତି।

ମତାମତ ଦିଅନ୍ତୁ ।