ଚଳିତ ବର୍ଷ ସ୍ଵାଭାବିକ ରହିବ ମୌସୁମୀ

0

ନୂଆଦିଲ୍ଲୀ : ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଦେଶରେ ସ୍ୱାଭାବିକ ବର୍ଷା ହେବ। ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ ଏହି ପୂର୍ବନୁମାନ କରିଛି।

ସ୍କାଏମେଟ୍‌ର ଆକଳନ ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସ୍ୱାଭାବିକ ରହିବ। ଏହାର ପ୍ରଭାବରେ ୧୦୩ ପ୍ରତିଶତ ବର୍ଷା ହେବ। ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ସମଗ୍ର ଦେଶରେ ୮୮୦.୬ ମିଲିମିଟିର ବର୍ଷା ସମ୍ଭାବନା ଥିବାବେଳେ ୫ ପ୍ରତିଶତ କମ୍‌ କିମ୍ବା ବେଶୀ ହୋଇପାରେ। କିନ୍ତୁ ସ୍ୱାଭାବିକ ବର୍ଷା ସମ୍ଭାବନା ୬୦ ପ୍ରତିଶତ ରହିଛି। ଏହାଠାରୁ ଅଧିକ ୧୫ ପ୍ରତିଶତ ଓ ଆହୁରି ଅଧିକ ବର୍ଷା ସମ୍ଭାବନା ୧୦ ପ୍ରତିଶତ ରହିଛି। ତେବେ ସ୍ୱାଭାବିକ ଠାରୁ କମ ବର୍ଷାର ଆଶଙ୍କା ମାତ୍ର ୧୫ ପ୍ରତିଶତ ଥିବାରୁ ଏବର୍ଷ ମରୁଡ଼ି ପରସ୍ଥିତି ସୃଷ୍ଟି ହେବନାହିଁ ବୋଲି ସ୍କାଏମେଟ୍‌ ସୂଚନା ଦେଇଛି।

ଏହାବ୍ୟତୀତ ଉତ୍ତର ଭାରତ ସହ ଉତ୍ତରପୂର୍ବ ଅଞ୍ଚଳର କିଛି ସ୍ଥାନରେ ମୌସୁମୀ ଋତୁରେ ନିଅଣ୍ଟିଆ ବର୍ଷା ହୋଇପାରେ। ଜୁଲାଇରୁ ଅଗଷ୍ଟ ମଧ୍ୟରେ ଆଭ୍ୟନ୍ତରୀଣ କର୍ଣ୍ଣାଟକର କିଛି ଅଞ୍ଚଳରେ ମଧ୍ୟ ଏହି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। କିନ୍ତୁ ମୌସୁମୀ ଉପରେ ଲା ନିନାର ପ୍ରଭାବ ସେତେଟା ପଡ଼ିବ ନାହିଁ ବୋଲି ସ୍କାଏମେଟ୍‌ କହିଛି।

Leave A Reply

Your email address will not be published.