Breaking Newsମନୋରଞ୍ଜନ

ଚର୍ଚ୍ଚାରେ ନୁସରତ : ଏହି ଅଭିନେତାଙ୍କୁ କରୁଛନ୍ତି ଡେଟ୍ !

ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ ତଥା କଂଗ୍ରେସ ସାଂସଦ ନୁସରତ ଜହାଁ। ଦେଢବର୍ଷ ତଳେ ବ୍ୟବସାୟୀ ନିଖିଲ ଜୈନଙ୍କୁ ବିବାହ କରିଥିଲେ। କିନ୍ତୁ ଏବେ ଚର୍ଚ୍ଚା ହେଉଛି ତାଙ୍କ ବୈବାହିକ ଜୀବନରେ ତିକ୍ତତା ଦେଖାଦେଇଛି।

ଅଭିନେତ୍ରୀ ନୁସରତଙ୍କ ବୈବାହିକ ଜୀବନରେ କିଛି ସମସ୍ୟା ଚାଲିଛି ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ନୁସରତଙ୍କ ନାଁ ସହିତ ଯୋଡ଼ା ଯାଉଛି କୋ-ଷ୍ଟାର ବଙ୍ଗାଳୀ ଅଭିନେତା ୟଶ ଦାସ ଗୁପ୍ତାଙ୍କ ନାମ। କୁହାଯାଉଛି ନୁସରତ ଓ ୟଶଙ୍କ ମଧ୍ୟରେ ସମ୍ପର୍କ ନିବିଡି ହେଉଥିବାରୁ ତାଙ୍କ ବୈବାହିକ ଜୀବନରେ ତିକ୍ତତା ଦେଖାଦେଇଛି। ନୁସରତ-ୟଶ ଏକ ଟ୍ରିପରେ ରାଜସ୍ଥାନ ଯାଇଥିଲେ। ସେହି ସମୟର କିଛି ଫଟୋ ସୋସିଆଲ ମିଡିଆରେ ସେୟାର ପରେ ଉଭୟ କମେଣ୍ଟ ଦେଇଛନ୍ତି।

ସୋସିଆଲ ମିଡିଆରେ ହେଉଥିବା ଚର୍ଚ୍ଚା ଉପରେ ମତ ରଖି ନୁସରତ କହିଛନ୍ତି ‘ମୋର ବ୍ୟକ୍ତିଗତ ଜୀବନ ସବୁବେଳେ ଦର୍ଶକମାନଙ୍କ ପାଇଁ ନୁହେଁ। ଲୋକମାନେ ମୋତେ ସବୁବେଳେ ଅନୁସରଣ କରନ୍ତି। କିନ୍ତୁ ମୁଁ ଏଥର ମୋର କୌଣସି ମନ୍ତବ୍ୟ ରଖିବି ନାହିଁ। ଲୋକମାନେ କେବଳ ମୋ କାମକୁ ବିଚାର କରନ୍ତୁ ଅନ୍ୟ କୌଣସି କଥାକୁ ନୁହଁ। ଭଲ ହେଉ କି ମନ୍ଦ ହେଉ ଏହା ମୋର ବ୍ୟକ୍ତିଗତ ଜୀବନ ଆଉ ଏହାକୁ ମୁଁ ଅନ୍ୟ କାହା ସହ ବାଣ୍ଟିବାକୁ ଚାହେଁନି।

ସେହିପରି ଅଭିନେତା ୟଶ ଦାସଗୁପ୍ତା କହିଛନ୍ତି ମୁଁ ପ୍ରତିବର୍ଷ ରୋଡ୍ ଟ୍ରିପରେ ଯାଏ। ଆଉ ଏଥର ମୁଁ ରାଜସ୍ତାନ ଯାଇଥିଲି। ଟ୍ରିପରେ କେହି ବି ଯାଇପାରିବେ। ନୁସରତ ବିବାହ କରିଛନ୍ତି। ତାଙ୍କ ବ୍ୟକ୍ତିଗତ ସମସ୍ୟା ବିଷୟରେ ମୋତେ କିଛି ଜଣାନାହିଁ। ଉଲ୍ଲେଖଯୋଗ୍ୟ ୨୦୧୯ ମସିହା ଜୁନ୍ ୧୯ ତାରିଖରେ ନୁସରତ ଓ ନିଖିଲ ବିବାହ କରିଥିଲେ। ଏହା ପୂର୍ବରୁ ଦୁଇ ଜଣ ପରସ୍ପରଙ୍କୁ ଡେଟ୍ କରୁଥିଲେ। ତୁର୍କୀରେ ପରିବାରର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ବିବାହ ହୋଇଥିଲା। କୋଲକାତାରେ ଆୟୋଜିତ ରିସେପସନ ପାର୍ଟିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେଇଥିଲେ।

ମତାମତ ଦିଅନ୍ତୁ ।

Back to top button