ଚର୍ଚ୍ଚିତ ବିବାହ : ୭୫ ବର୍ଷର ବରକୁ ୪୫ ବର୍ଷିୟା କନ୍ୟା

ପ୍ରତାପଗଡ଼ : ୭୫ ବର୍ଷ ବୟସରେ ପ୍ରେମ। ପ୍ରେମିକାଙ୍କ ବୟସ ୪୫ ବର୍ଷ। ପରିବାର ସହମତିରେ ଦୁଇଜଣଙ୍କର ବିବାହ ହୋଇଛି। ଉତ୍ତର ପ୍ରଦେଶ ପ୍ରତାପଗଡ଼ରେ ଥାନା ଅନ୍ତର୍ଗତ ପାଟହଟିୟା ଗାଁର ଅବଧ ନାରାୟଣ ସୁବସା ଗାଁର ରାମରତି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏହି ବିବାହ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଖବର ଅନୁଯାୟୀ ଅବଧ ନାରାୟଣ ଓ ରାମରତିଙ୍କ ମଧ୍ୟରେ ଅନେକ ବର୍ଷ ହେଲା ପ୍ରେମ ସମ୍ପର୍କ ଥିଲା। ରାମରତିଙ୍କ ଘରକୁ ଅବଧ ନାରାୟଣ ଯିବାଆସିବ କରୁଥିଲେ। ଏ ସମ୍ପର୍କରେ ଅବଧଙ୍କ ପରିବାର ଲୋକେ ଜାଣିବା ପରେ ବିବାହ କରିବାରୁ ସେ ରାଜି ହୋଇଯାଇଥିଲେ। ତା’ପରେ ହୋଇଥିଲା ବିବାହର ଆୟୋଜନ। ସମ୍ପୂର୍ଣ ରୀତିନୀତି ଅନୁସାରେ ଅକ୍ଟୋବର ୨୬ରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି। ବାହାଘରରେ ଅବଧ ନାରାୟଣଙ୍କ ପୂଅ, ବୋହୂ, ନାତି-ନାତୁଣୀ ଓ ସମ୍ପର୍କୀୟ ସାମିଲ ହୋଇଥିଲେ।

କେବଳ ସେତିକି ନୁହେଁ ପ୍ରତାପଗଡ଼ ଅଞ୍ଚଳରେ ଏହି ବିବାହ ଖବର ସୂନୀ ବୁଢା ବରକୁ ଦେଖିବାକୁ ଭିଡ ଜମିଥିଲା। ବିନା ନିମନ୍ତ୍ରଣରେ ଅନେକ ଲୋକ ତାଙ୍କ ଘରକୁ ଆସିଥିଲେ। ବାହାଘର ପାଇଁ ଛପା ଯାଇଥିଲା ନିମନ୍ତ୍ରଣ କାର୍ଡ। ବ୍ୟାଣ୍ଡ ବାଜା ସହ ଅବଧ ନାରାୟଣ ବରଯାତ୍ରୀ ନେଇ କନ୍ୟା ଘରକୁ ଯାଇଥିଲେ। ସେମାନେ ବରଯାତ୍ରୀଙ୍କ ପାଇଁ ଭଲ ଆୟୋଜନ କରିଥିଲେ। ଶେଷରେ ଅଗ୍ନିକୁ ସାକ୍ଷୀ ରଖି ଅବଧ ନାରାୟଣ ଓ ରାମରତି ପରସ୍ପରର ହାତଧରି ଜୀବନସାଥୀ ହୋଇଥିଲେ।

ମତାମତ ଦିଅନ୍ତୁ ।