ଚା’ରେ ନିଶା ଦେଇ ଟଙ୍କା ଓ ସୁନା ଲୁଟିନେଲା ଦୁର୍ବୃତ୍ତ

ଭୁବନେଶ୍ଵର : ଚା’ରେ ନିଶା ଦେଇ ଜଣେ ଯୁବକଙ୍କଠାରୁ ଟଙ୍କା ଓ ସୁନା ମୁଦି ଲୁଟ। ରାଜଧାନୀ ଭୁବନେଶ୍ଵରରେ ଏହି ଘଟଣା ଘଟିଛି। ଲୁଟିବା ପରେ ଦୁର୍ବୃତ୍ତ ସମ୍ପୃକ୍ତ ଯୁବକଙ୍କୁ ଭରତପୁର ଜଙ୍ଗଲରେ ଫୋପାଡ଼ି ଦେଇଥିବା ଜଣାପଡିଛି।

ଖବର ଅନୁଯାୟୀ ବ୍ରହ୍ମପୁରର ଗଙ୍ଗାଧର ସାହୁ ବସରେ ଭୁବନେଶ୍ୱର ଆସିବା ସମୟରେ ଜଣେ ବ୍ୟକ୍ତିଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ବରମୁଣ୍ଡା ବସଷ୍ଟାଣ୍ଡରେ ସେହି ବ୍ୟକ୍ତି ଜଣଙ୍କ ଗଙ୍ଗାଧରଙ୍କୁ ଚା’ ପିଇବାକୁ ଦେଇଥିଲେ। ଏହାପରେ ଓଲା ବୁକ୍ କରି ଗଙ୍ଗାଧରଙ୍କୁ କହିଥିଲେ ମୁଁ ସତ୍ୟନଗର ଯିବି ଆସନ୍ତୁ ଆପଣଙ୍କୁ ଛାଡ଼ିଦେବି। ଓଲାରେ ବସିବା ପରେ ଗଙ୍ଗାଧର ବେହୋସ ହୋଇ ଯାଇଥିଲେ। ହୋସ ଆସିବା ବେଳକୁ ଭରତପୁର ଜଙ୍ଗଲରେ ନିଜକୁ ଦେଖିଥିଲେ। ଆଉ ଜାଣିବାକୁ ପାଇଥିଲେ ତାଙ୍କ ପାଖରୁ ସୁନା ଚେନ, ମୁଦି ଓ ଟଙ୍କା ଲୁଟ୍ ହୋଇଛି।

Leave a Reply

Your email address will not be published. Required fields are marked *

Back to top button