ଛତିଶଗଡ଼ ଏନ୍‌କାଉଣ୍ଟର : ୨୨ ଯବାନ ସହିଦ

ରାୟପୁର : ଛତିଶଗଡର ସୁକମା ଜିଲ୍ଲା ସୀମାନ୍ତ ବିଜାପୁରରେ ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ଗତକାଲି ଗୁଳିବିନିମୟ ହୋଇଥିଲା। ଏଥିରେ ୨୨ ଜଣ ଯବାନ ସହିଦ ହୋଇଥିବା ବେଳେ ୩୦ ଆହତ ହୋଇଛନ୍ତି। ଆହତ ଜବାନମାନେ ଚିକିତ୍ସାଧୀନ ଥିବା ବିଜେପୁର ଏସପି ସୂଚନା ଦେଇଛନ୍ତି।

ଜଣେ ପୋଲିସ ଅଧିକାରୀଙ୍କ କହିଛନ୍ତି। ଶନିବାର ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ପ୍ରାୟ ୫ ଘଣ୍ଟା ଧରି ଗୁଳିବିନିମୟ ଚାଲିଥିଲା। ସୁରକ୍ଷାବାହିନୀର ଯବାନମାନେ ଜଙ୍ଗଲରେ ସର୍ଚ୍ଚ ଅପରେସନରେ ବାହାରିଥିବା ସମୟରେ ନକ୍ସଲମାନେ ମୋଟର ଲଂଚର ଓ ଅତ୍ୟାଧୁନିକ ଅସ୍ତ୍ର ମାଧ୍ୟମରେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳ ଓ ହସ୍ପିଟାଲରେ ୨୨ ଜବାନ ହରାଇଛନ୍ତି।

ଯବାନ୍ ସହିଦ ହେବା ଘଟଣାରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା। ଟୁଇଟ କରି ମୋଦି କହିଛନ୍ତି ତାଙ୍କାର ବଳିଦାନକୁ କେବେ ଭୁଲିହେବ ନାହିଁ। ଛତିଶଗଡ଼ରେ ମାଓବାଦୀଙ୍କ ସହ ଲଢ଼େଇ କରି ସହିଦ ହୋଇଥିବା ଯବାନଙ୍କ ପ୍ରତି ମୋର ସମବେଦନା ରହିଛି। ଏଥିସହ ସେ ଗୁରୁତର ଯବାନମାନେ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ଅମିତ ଶାହା ମଧ୍ୟ ଯବାନଙ୍କ ବଳିଦାନକୁ ଦେଶ କେବେବି ଭୁଲିବ ନାହିଁ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button