ଛାତ୍ରୀଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ କରି ପ୍ରେମିକ ଅଟକ

ଜୟପୁର : ନାବାଳିକାକୁ ପ୍ରେମ ଜାଲରେ ଫସାଇ ସେକ୍ସ ଓ ପରେ ଭିଡିଓ ଉତ୍ତୋଳନ କରି ଭାଇରାଲ କରିବା ଅଭିଯୋଗରେ ଜୟପୁର ଟାଉନ ପୋଲିସ ଜଣେ ନାବାଳକଙ୍କୁ ଅଟକ ରଖିଛି। ତାଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡ ନିକଟରେ ଉପସ୍ଥାପନ କରିବା ପରେ ବ୍ରହ୍ମପୁର ଜୁଭେନାଇଲ ସୁଧାରଗୃହକୁ ପଠାଯିବ। ନାବାଳିକା ଜୟପୁର ସହରର ହୋଇଥିବା ବେଳେ ଅଭିଯୁକ୍ତ କେନ୍ଦ୍ରାପଡାର। ସେ ପିଉସା ଘରେ ରହୁଥିଲେ। ପୋଲିସ ଏନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଖବର ଅନୁଯାୟୀ ଲକଡାଉନ ସମୟରେ ନାବାଳିକାଙ୍କ ସହ ପ୍ରେମ ରଖିଥିଲେ ନାବାଳକ। ପରେ ଶାରୀରିକ ସମ୍ପର୍କ ରଖି ଅଶ୍ଳୀଳ ଭିଡିଓ ଓ ଫଟୋ ଉତ୍ତ‌ୋଳନ କରିଥିଲେ। ଏହି ଭିଡିଓ ଓ ଫଟୋ ଭାଇରାଲ କରିଦେବି କହି ନାବାଳିକାଙ୍କୁ ବାରମ୍ବାର ଘରକୁ ଡାକୁଥିଲେ। କିନ୍ତୁ ନାବାଳିକ ନ ଯିବାରୁ ୱାଟସଆପ ଗ୍ରୁପରେ ଭିଡିଓ ଓ ଫଟୋ ଭାଇରାଲ କରିଦେଇଥିଲେ। ଏହି ଖବର ପରିବାରବର୍ଗ ଜାଣିବା ପରେ ଝିଅକୁ ପଚରାଉଚରା କରିଥିଲେ। ଝିଅ ଏଥିରେ ରାଗିଯାଇ ରାଜ୍ୟ ବାହାରକୁ ପଳାଇଥିଲା। ପରିବାରବର୍ଗ ସେଠାରୁ ଝିଅକୁ ବୁଝାଇ ଆଣିବା ପରେ ଘଟଣା ସମ୍ପର୍କରେ ଜଣାପଡିଥିଲା। ଅଶ୍ଳୀଳ ଭିଡିଓ ଭାଇରାଲ କରିଦେବ ବୋଲି କହି ବ୍ଲାକମେଲ୍‌ କରୁଥିବା ଅଭିଯୋଗରେ ନାବାଳକା ଥାନାରେ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତିକରି ପୋଲିସ ମାମଲା ରୁଜୁ କରିଥିଲା।

ଏହାଛଡା ନାବାଳକର ମୋବାଇଲ ଫୋନକୁ ପୋଲିସ ଜବତ କରିଛି। ଏଥିରେ ଜୟପୁର ସହର ଏକାଧିକ କଲେଜ ପଢୁଆ ନାବାଳିକା ଝିଅଙ୍କର ଅଶ୍ଳୀଳ ଫଟୋ ଓ ଭିଡିଓ ରହିଛି। ଏହି ଘଟଣାରେ ସମ୍ପୃକ୍ତି ଥିବା କିଛି ଯୁବକଙ୍କୁ ପୋଲିସ ଚିହ୍ନଟ କରିଥିବା ବେଳେ ସେମାନଙ୍କୁ ଆଣି ପଚରାଉଚରା କରୁଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।