ଚିଲିକା ମାଛ ମାର୍କେଟ ୭ ଦିନ ସଟଡାଉନ

ବାଲୁଗାଁ : ବାଲୁଗାଁ ଅଂଚଳର ମାଛ ବ୍ୟବସାୟୀ କରୋନା ପଜିଟିଭ ଚିହ୍ନଟ ହେବାପରେ ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ ଶେଖର ରାଉତ ଚିଲିକା କୂଳ ମାଛ ମାର୍କେଟକୁ ୭ ଦିନ ସଟଡାଉନ ଘୋଷଣା କରିଛନ୍ତି। ମାଛ ରପ୍ତାନୀ ବନ୍ଦ। ଏହାଦ୍ୱାରା ପ୍ରାୟ ୧୨ ହଜାର ମତ୍ସ୍ୟଜୀବୀ ପ୍ରଭାବିତ ହୋଇଛନ୍ତି।

ଖବର ଅନୁଯାୟୀ ଶୁକ୍ରବାର ବାଲୁଗାଁ ଅଂଚଳରେ ଜଣେ ୫୫ ବର୍ଷିଅ ମାଛ ବ୍ୟବସାୟୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ତାଙ୍କୁ କୋଭିଡ-୧୯ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏ କଥା ପ୍ରଘଟ ହେବାପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହାର କାରଣ ଆକ୍ରାନ୍ତ ଜଣକ ମାଛ ବ୍ୟବସାୟୀ ହୋଇଥିବାରୁ ବହୁ ଲୋକଙ୍କ ସାସ୍ପର୍ଶରେ ଆସିଥିବା କୁହାଯାଉଛି। ଗଂଜାମରୁ ଆସିଥିବା ମାଛ ବ୍ୟବସାୟୀ ଚିଳିକା ଅଂଚଳର ଏହି ବ୍ୟବସାୟୀଙ୍କ ସଂସ୍ପର୍ଶରେ ଆସିଥିବାରୁ ସେ କରୋନା ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଛି।

ମତାମତ ଦିଅନ୍ତୁ ।