ଚୀନ୍ ମିତ୍ର ଦେଶକୁ ବିକୁଛି ଖରାପ ଅସ୍ତ୍ରଶସ୍ତ୍ର

ନୂଆଦିଲ୍ଲୀ : ବିଶ୍ଵର ଅସ୍ତ୍ରଶସ୍ତ୍ର ନିର୍ମାଣକାରୀ ଦେଶ ମଧ୍ୟରେ ଚୀନ ପଞ୍ଚମ ସ୍ଥାନରେ ରହିଛି। କିନ୍ତୁ ମିତ୍ର ଦେଶ ଗୁଡ଼ିକୁ ଠକୁଛି। ସେମାନେ ଚୀନଠାରୁ କିଣୁଥିବା ଅସ୍ତ୍ରଶସ୍ତ୍ର ମଧ୍ୟରୁ ଅଧିକାଂଶ ଖରାପ ପଡ଼ୁଥିବା ଅଭିଯୋଗ ଉଠିଛି। ମୁଖ୍ୟତଃ ବାଂଲାଦେଶ, ନେପାଳ, ପାକିସ୍ତାନ ଓ କେନିଆ ଭଳି ଦେଶ ଚୀନଠାରୁ ଅସ୍ତ୍ରଶସ୍ତ୍ର କିଣୁଥିଲେ ମଧ୍ୟ ସେମାନଙ୍କୁ ଖରାପ ହେଇଥିବା ଅସ୍ତ୍ରଶସ୍ତ୍ରକୁ ମରାମତି ବିକ୍ରି କରାଯାଉଛି।

୨୦୧୭ ମସିହାରେ ବାଂଲାଦେଶକୁ ୧୯୭୦ ମସିହା ମିଗ୍‌ ବର୍ଗର ୦୩୫ଜି ବୁଡ଼ାଜାହାଜ ଚୀନ ବିକ୍ରି କରିଥିଲା। ଏହି ବୁଡ଼ାଜାହାଜର ମୁଲ୍ୟ ପାଖାପାଖି ୧୦୦ ମିଲିୟନ୍‌ ଡଲାର। ଯାହା କେବଳ ଯୁଦ୍ଧ ପାଇଁ ଟ୍ରେନିଙ୍ଗ୍‌ରେ ବ୍ୟବହାର କରାଯାଇଥାଏ। ପରବର୍ତ୍ତୀ ସମୟରେ ଏ ଗୁଡିକର ସର୍ଭିସିଙ୍ଗ୍‌ କରିବାର ଉପଯୋଗୀ ହୋଇଥିଲା।

ଚୀନଠାରୁ ( ୱାଇ ୧୨ଇ ଓ ଏମଏ ୬୦) ୬ଟି ବିମାନ କିଣିଥିଲା ନେପାଳ ଏୟାରଲାଇନ୍। ଏସବୁ ବିମାନ ନେପାଳ ପହଁଞ୍ଚିବା ପରେ ପଡ଼ି ରହିଥିଲା। କାରଣ ଏହି ବିମାନ ନେପାଳ ପାଇଁ ଉପଯୁକ୍ତ ନଥିଲା। ବିମାନର ଅଧିକାଂଶ ଯନ୍ତ୍ରପାତି ନେପାଳରେ ଉପଲବ୍ଧ ହେଉ ନଥିଲା।

ସେହିପରି ପାକିସ୍ତାନକୁ ଯୁଦ୍ଧପୋତ ଏଫ୨୨ପି ବିକ୍ରି କରିଥିଲା ଚୀନ। କିଛିଦିନ ପରେ ଅନେକ ଯାନ୍ତ୍ରିକ ସମସ୍ୟା ଯୋଗୁ ଖରାପ ହୋଇ ଯାଇଥିଲା। ୨୦୧୮ ସେପ୍ଟମ୍ବରରେ ପାକିସ୍ତାନ ଏହି ଯୁଦ୍ଧପୋତର ମରାମତି କରିବାକୁ ଚୀନକୁ ପ୍ରସ୍ତାବ ଦେଇଥିଲା। ଚୀନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିଲା।

କେନିଆ ଦେଶର ସୈନିକଙ୍କ ପାଇଁ ଚୀନଠାରୁ କିଣିଥିଲା ସଶସ୍ତ୍ର ଯାନ। ଯେତେବଳେ ଟେଷ୍ଟ କରିବା ପାଇଁ କେନିଆର ଅଧିକାରୀ ପ୍ରସ୍ତାବ ଦେଲେ ସେତେବେଳେ ଗାଡ଼ିରେ ବସିବା ପାଇଁ ଚୀନ ମନା କରି ଦେଇଥିଲା। ସେହି ସମୟରେ କେନିଆର ସଶସ୍ତ୍ର ଯାନର ଆବଶ୍ୟକତା ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସେହି ଯାନ ପାଇଁ କେନିଆର ଅନେକ ସୈନିକ ପ୍ରାଣ ହରାଇଲେ।

ମତାମତ ଦିଅନ୍ତୁ ।