ଚୀନ ପଠାଉଛି ରହସ୍ୟମୟ ମଞ୍ଜି

ନୂଆଦିଲ୍ଲୀ : ଏବେ ବିଭିନ୍ନ ଦେଶର ଲୋକଙ୍କ ପାଖରେ ପାର୍ସଲ ମାଧ୍ୟମରେ ପହଞ୍ଚୁଛି ରହସ୍ୟମୟ ମଞ୍ଜି। ଏହି ପାର୍ସଲ ଚୀନରୁ ଆସୁଥିବା କୁହାଯାଉଛି। ମଞ୍ଜି ଜରିଆରେ ନୂଆ ପ୍ରକାରର ଜୈବ ଆତଙ୍କବାଦ ସୃଷ୍ଟି କରିବାକୁ ଚୀନ ଚାହୁଁଥିବା ଅନୁମାନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଜାତୀୟ ବୀଜ ସଂଘ ସରକାରଙ୍କୁ ସତର୍କ କରାଇଛି। ମଞ୍ଜି ଯେପରି ଜମିରେ ନ ପହଞ୍ଚେ ସେଥିପାଇଁ ପଦକ୍ଷେପ ନେବାକୁ ଦେଇଛି ପରାମର୍ଶ।

କରୋନା ପରେ ଚୀନର ନୂଆ ଚାଲ। ପାର୍ସଲ ମାଧ୍ୟମରେ ଆମେରିକା, ବ୍ରିଟେନ, ନ୍ୟୁଜିଲାଣ୍ଡ, କାନାଡା ଓ ଜାପାନ ସମେତ ୟୁରୋପର କିଛି ଦେଶର ଲୋକଙ୍କ ପାଖକୁ ରହସ୍ୟମୟ ମଞ୍ଜି ପଠାଇଛି। ଲୋକେ ଏହାକୁ ପାଇବା ପରେ କଥା ସାମ୍ନାକୁ ଆସିଛି। ହେଲେ ଚୀନରୁ ଆସିଥିବା ଆମେରିକାର କୃଷି ବିଭାଗ କହିିଥିବା ବେଳେ ଲୋକମାନେ ପ୍ରାୟ ୧୪ ପ୍ରକାରର ମଞ୍ଜି ପାଇଥିବା ସ୍ପଷ୍ଟ କରିଛି। ଏପରି ମଞ୍ଜି ମିଳିଲେ ତାହାକୁ ଜମିରେ ନ ପୋତିବାକୁ ଜାରି କରିଛି ସତର୍କତା। ବିଭିନ୍ନ ଦେଶର କୃଷି ବ୍ୟବସ୍ଥା ଓ ଖାଦ୍ୟ ସୁରକ୍ଷାକୁ କ୍ଷତି ପହଞ୍ଚାଇବା ପାଇଁ ଏପରି ଷଡ଼ଯନ୍ତ୍ର କରାଯାଉଛି ବୋଲି ଆମେରିକା ସନ୍ଦେହ କରୁଛି। କିନ୍ତୁ ଚୀନ ଏହାକୁ ଖଣ୍ଡନ କରିଛି।

ମତାମତ ଦିଅନ୍ତୁ ।