ଚୀନ ସେନାରେ ସାମିଲ କଲା ଏୟାର ଲଞ୍ଚ ମିସାଇଲ୍

ବେଜିଂ : ଭାରତ ଓ ଆମେରିକା ସହିତ ବଢୁଥିବା ବିବାଦକୁ ଦୃଷ୍ଟିରେ ରଖି ଚୀନ ସବୁଠୁ ବଡ ଏୟାର ଲଞ୍ଚ ମିସାଇଲକୁ ନିଜ ସେନାରେ ସାମିଲ କରିଛି। ଏହି କ୍ଷେପଣାସ୍ତ୍ରକୁ ଚୀନ ଷ୍ଟ୍ରାଟେଜିକ୍ ବମ୍ବର ଏୟାରକ୍ରାଫ୍ଟ ଏଚ-୬ଏନରେ ମୁତୟନ କରିଛି। ଏହିଭଳି ମିସାଇଲ ରୁଷ ଓ ଆମେରିକା ସେନା ପାଖରେ ରହିଛି।

ଚୀନ ଦୁଇ ପ୍ରକାରର ଏୟାର ଲଞ୍ଚ ବାଲିଷ୍ଟିକ ମିସାଇଲ ତିଆରି କରିଥିବା ରିପୋର୍ଟ ୨୦୧୭ରୁ ଆମେରିକା ଗୁଇନ୍ଦା ଏଜେନ୍ସି ନିକଟରେ ରହିଥିଲା। ଏବେ ପ୍ରଥମ ମିସାଇଲ ଦେଖିବାକୁ ମିଳିଛି। ଏହି ଆଣ୍ଟି ସିପ୍ ବାଲିଷ୍ଟିକ ମିସାଲଇ ଦୁଇଟି ପର୍ଯ୍ୟାୟ ଇଞ୍ଜିନରେ ଚାଲୁଛି। ଏଥିରେ ସଲିଡ ଫୁଏଲର ବ୍ୟବହାର କରାଯାଏ। ଲକ୍ଷ୍ୟଭେଦ କ୍ଷମତା ୩୦୦୦ କିଲୋମିଟର ଥିବା ବେଳେ ଏହା ଆଣବିକ ଯୁଦ୍ଧାସ୍ତ୍ର ପରିବହନ କରିବାକୁ ସକ୍ଷମ। ଏହାକୁ ଡିଏଫ-୨୧ ଡିର ଏୟାର ଲଞ୍ଚ ଓ୍ଵାରିୟଣ୍ଟ କୁହାଯାଏ। ଡିଏଫ-୨୧ର ଡି ମିସାଇଲର ଲମ୍ବା ୩୦ ଫୁଟ୍‌ରୁ ଅଧିକ। ଲକ୍ଷ୍ୟଭେଦ କ୍ଷମତା ୨୦୦୦ କିଲୋମିଟର। ଏହି ମିସାଇଲକୁ ଭୂପୃଷ୍ଠରୁ ଲଞ୍ଚ କରାଯାଇଛି।

ଭାରତ ପାଖରେ ଆକାଶରୁ ଆଣ୍ଟି ସିପ୍ ବାଲିଷ୍ଟିକ ମିସାଇଲ ନିକ୍ଷେପ କରିବାର ଜ୍ଞାନ କୌଶଳ ନାହିଁ। କିନ୍ତୁ ଏମିତି ମିସାଇଲ ତିଆରି ପାଇଁ ଡିଆରଡିଓ କାମ ଜାରି ରଖିଛି। ଏହାକୁ ଆକାଶରୁ ଲଞ୍ଚ କରାଯାଇପାରିବ। ଏପର୍ଯ୍ୟନ୍ତ ଭାରତ ପାଖରେ ସୁଖୋଇ-୩୦ ଏମକେଆଇରୁ ବ୍ରହ୍ମୋସ କ୍ରୁଜ୍‌ ମିସାଇଲ ନିକ୍ଷେପ କରିବାର ଜ୍ଞାନ କୌଶଳ ରହିଛି। ନିକଟରେ ଚୀନର ଏୟାରକ୍ରାଫ୍ଟ ହାଇପରସୋନିକ ଆଣ୍ଟି ସିପ୍ ବାଲିଷ୍ଟିକ ମିସାଇଲର ଏୟାର ଲଞ୍ଚ ଭର୍ସନ ଉଡୁଥିବା ଦେଖିବାକୁ ମଳିଥିଲା।

ମତାମତ ଦିଅନ୍ତୁ ।