ଚୀନର ୧୧ଟି କମ୍ପାନୀ ଉପରେ ଆମେରିକାର କଟକଣା

ୱାଶିଂଟନ୍ : ଚୀନ୍‌ର ପଶ୍ଚିମ ପ୍ରଦେଶର ଜିନଜିଆଙ୍ଗରେ ମାନବ ଅଧିକାର ଉଲ୍ଲଂଘନ ହୋଇଥିବାରୁ ୧୧ଟି ଚୀନ୍ କମ୍ପାନୀ ବିରୋଧରେ ଯୁକ୍ତରାଷ୍ଟ୍ର ଆମେରିକା କଟକଣା ଲଗାଇଛି। ଦି ୱାଶିଂଟନ୍ ପୋଷ୍ଟ ରିପୋର୍ଟ ଅନୁଯାୟୀ ବାଣିଜ୍ୟ ବିଭାଗ ଏହି କମ୍ପାନୀ ଗୁଡିକୁ କଳା ତାଲିକାଭୁକ୍ତ କରିଥିଲା। ପ୍ରାୟ ୫୦ଟି ଚୀନ ସଂସ୍ଥା ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବାରୁ ଆମେରିକୀୟ ଟେକ୍ନୋଲୋଜିରେ ପ୍ରବେଶ ପାଇଁ ବାରଣ କରାଯାଇଛି। ବାଣିଜ୍ୟ ସଚିବ ୱିଲବର ରସ କହିଛନ୍ତି ବେଜିଂ ଏହାର ନାଗରିକମାନଙ୍କୁ ଦମନ କରିବା ପାଇଁ ବାଧ୍ୟତାମୂଳକ ଅପମାନଜନକ ଡିଏନଏ ସଂଗ୍ରହ ଓ ବିଶ୍ଳେଷଣ ଯୋଜନାକୁ ପ୍ରୋତ୍ସାହିତ କରୁଛି।

ମତାମତ ଦିଅନ୍ତୁ ।