ଚାଇନିଜ୍ ମୋବାଇଲ୍‌ରୁ ଅରୁଣାଚଳ ପ୍ରଦେଶ ଗାଏବ

ନୂଆଦିଲ୍ଲୀ : ଦେଶର ଅଖଣ୍ଡତା ଓ ସାର୍ବଭୌମତ୍ଵ ବଜାୟ ରଖିବା ପାଇଁ ଚୀନ ଆପ ପରେ ମୋବାଇଲ୍‌ ବହିଷ୍କାରର ସମୟ ଆସିଛି। ଏହାର କାରଣ ବିବାଦ ସୃଷ୍ଟିକରି କେତେକ ଅଞ୍ଚଳକୁ ନିଜର ବୋଲି ଦାବି କରୁଛି ଚୀନ। କଥା ସେତିକି ନୁହେଁ ଚାଇନିଜ ମୋବାଇଲ ଓ୍ଵେଦର ଆପ୍‌ରୁ ଏହି ଅଞ୍ଚଳ ଗାଏବ ହୋଇ ଯାଉଛି। ଅରୁଣାଚଳ ପ୍ରଦେଶ ଗାଏବ ହୋଇଥିବା ଦେଖିବାକୁ ମିଳିଥଲା। ଏହା ଚୀନର ଦର୍ଶାଉଥିଲା। କିନ୍ତୁ ମୋବାଇଲ କମ୍ପାନୀ କହିଲା ଏହା ବୈଷେୟିକ ତ୍ରୁଟି।

ରାଷ୍ଟ୍ରୀୟ ସୁରକ୍ଷା ବିଶେଷଜ୍ଞ ନୀତିନ ଗୋଖଲେ ରବିବାର ଲେହର ଓ୍ଵାର ମେମୋରିୟାଲରୁ ଟ୍ଵିଟରରୁ ଲାଇଭ୍ କରୁଥିଲେ। ହେଲେ ଟ୍ଵିଟର ଉକ୍ତ ଲୋକେସନକୁ ଚୀନର ଅଞ୍ଚଳ ବୋଲି ଦର୍ଶାଇଥିଲା। ଟ୍ଵିଟର ପକ୍ଷରୁ କୁହାଗଲା ଏହା ବୈଷେୟିକ ତ୍ରୁଟି। ଏହାର ସୁଧାର କରାଯାଇଛି। କିନ୍ତୁ ପ୍ରଶ୍ନ ଉଠୁଛି କଣ ଏମିତି ହୋଇପାରେ ଯେଉଁ ଅଞ୍ଚଳକୁ ଚୀନ ବିବାଦୀୟ ମାନୁଛି ସେହି ଅଞ୍ଚଳ ଆପ୍‌ରୁ ଗାଏବ ହୋଇ ଯାଉଛି। ଏମିତି ପ୍ରଶ୍ନ ଲଗାତାର ଆସୁଛି। ପ୍ରାୟ ଚୀନର ସମସ୍ତ ମୋବାଇଲ୍‌ରୁ ଏମିତି ସମସ୍ୟା ଦେଖା ଦେଇଛି। ବିବାଦ ବଢିବାରୁ ଚୀନୀ ମୋବାଇଲ କମ୍ପାନୀ ସାଓମି ଏହାକୁ ବୈଷେୟିକ ତ୍ରୁଟି କହିଛି। କମ୍ପାନୀର କହିବା କଥା ବୈଷେୟିକ ତ୍ରୁଟି କାରଣରୁ ଏମିତି ହୋଇଥିଲା। ପରେ ଏହାକୁ ଠିକ୍ କରାଯାଇଛି।

ମତାମତ ଦିଅନ୍ତୁ ।