ଚୋରକୁ ପିଟିପିଟି ମାରିଦେଲେ

ବାଲେଶ୍ଵର : ଚୋରି କରୁଥିବା ଜଣେ ଯୁବକଙ୍କୁ ଗ୍ରାମବାସୀମାନେ ପିଟିପିଟି ମାରିଦେଇଛନ୍ତି। ଏଭଳି ଘଟଣା ବସ୍ତା ଅଞ୍ଚଳରେ ଘଟିଥିବା ଜଣାପଡିଛି।

ଖବର ଅନୁଯାୟୀ ବସ୍ତା ଥାନା ଅନ୍ତର୍ଗତ ଉଇଟିକିରି ଗ୍ରାମରେ ଗତ ରାତିରେ ଯାତ୍ରା ଚାଲିଥିଲା। ଏହି ସମୟରେ ସାଗର ସ୍ଵାଧୀନ ଜେନା ଓ ତାଙ୍କ ସହଯୋଗୀ ଗାଁରେ ଚୋରି କରୁଥିଲେ। ଲୋକେ ଏହା ଦେଖି ଚୋରକୁ ଧରି ହାତଗୋଡ଼ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ଫଳରେ ଘଟଣାସ୍ଥଳରେ ସ୍ୱାଭିମାନଙ୍କର ମୃତ୍ୟୁ ଘଟିଥିଲା। ମୃତକ ଜଣକ ଉଇଟିକିରି ଗ୍ରାମର ଆଡଭୋକେଟ ସରୋଜ ଜେନାଙ୍କ ପୁଅ। ଖବର ପାଇ ବସ୍ତା ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ବସ୍ତା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ଅଭିଯୁକ୍ତ ପୂର୍ବରୁ ଏକାଧିକ ବାର ଚୋରିକରି ଜେଲ୍ ଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button