ଚୋରିକରି ଜନସେବା କରୁଥିଲା ଲୁଟେରା

ନୂଆଦିଲ୍ଲୀ : ଚୋରିକରି ଜନସେବା। ବଡ ବଡିଆଙ୍କ ଘରୁ ଲୁଟକରି ଗରିବଙ୍କୁ ସହାୟତା, ପିଲାଙ୍କ ପାଠ ପଢା ଓ ବାହାଘର ପାଇଁ ଖର୍ଚ୍ଚ କରୁଥିଲେ। ଦିଲ୍ଲୀର କିଛି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ଲୁଟେରାର କାର୍ଯ୍ୟକଳାପ ଜାଣିବା ପରେ ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି।

‌ଖବର ଅନୁଯାୟୀ ଚୋରିକରି ଜନସେବା କରୁଥିବା ଲୁଟେରାର ନାଁ ମହମ୍ମଦ ଇରଫାନ। ବଡ ବାଡିଆଙ୍କ ଘରେ କଳାକନା ବୁଲାଇ ଗରିବଙ୍କ ବଢାଉଥିଲା ସହାୟତାର ହାତ। ଇରଫାନ ପାଇଁ ଦିଲ୍ଲୀର ନ୍ୟୁଫ୍ରେଣ୍ଡସ କଲୋନୀ, ଜାମିଆନଗର ଓ ଲାଜପତନଗର ଆଦି ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଥିଲା। ତାଲା ପଡିଥିବା ଘରକୁ କରାଯାଉଥିଲା ଟାର୍ଗେଟ। ସେଠାରୁ ମିଳୁଥିବା ଟଙ୍କା ଓ ସୁନାକୁ ନେଇ ଇରଫାନ ନିଜ ଗାଁରେ ମହତକାମରେ ଲଗାଏ। ଚୋରି ଟଙ୍କାରେ ଗରିବଙ୍କ ସେବା କରିବା ସହ ରୋଗୀଙ୍କ ପାଇଁ ମାଗଣାରେ ସ୍ୱାସ୍ଥ୍ୟ ଶିବିର କରେ। ଗରିବ ପିଲାର ପାଠ ପଢା ପାଇଁ ସହାୟତା ଦିଏ। ବିଭିନ୍ନ ଗରିବ ଲୋକଙ୍କ ବାହାଘର ପାଇଁ ସାହାଯ୍ୟ କରିଥାଏ।

ମତାମତ ଦିଅନ୍ତୁ ।