ଛୁଟି ମନାଇବାକୁ ବିଦେଶ ଗଲେ ୫ ଲକ୍ଷ ଜରିମାନା

ଲଣ୍ଡନ : କରୋନା ସଂକ୍ରମଣ ବଢ଼ୁଥିବାରୁ ଇଂଲଣ୍ଡ ସରକାର ନୂଆ ନିୟମ କରିଛନ୍ତି। ବିନା କାରଣରେ ବିଦେଶ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ଠାରୁ ୫ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯିବ। ଏହି ନିୟମ ୨୦୨୧ ଶେଷଯାଏ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଜଣାପଡ଼ିଛି।

ଇଂଲଣ୍ଡ ସରକାର ଏପ୍ରିଲରେ ଅନ୍ତର୍ଜାତୀୟ ଯାତ୍ରା ସମୀକ୍ଷା କରିବାକୁ ଯୋଜନା କରୁଥିବା ସ୍ଵାସ୍ଥ୍ୟମନ୍ତ୍ରୀ କହିଛନ୍ତି। ସମୀକ୍ଷା ପରେ ୧୭ ମେ’ରୁ ବିଦେଶ ଯାତ୍ରାକୁ ସରକାର ଅନୁମତି ଦେଇପାରନ୍ତି। ତେବେ କାର୍ଯ୍ୟ ଓ ଶିକ୍ଷା ପାଇଁ ବିଦେଶ ଯାଉଥିବା ଲୋକଙ୍କ ପାଇଁ ଅଲଗା ନିଷ୍ପତ୍ତି ହୋଇପାରେ। କାରଣ ବ୍ରିଟେନର ବହୁ ସଂଖ୍ୟକ ଲୋକ ଛୁଟି କାଟିବାକୁ ୟୁରୋପ ଯାଉଛନ୍ତି। ସେଥିପାଇଁ କରୋନା ସଂକ୍ରମଣ ବୃଦ୍ଧି ହେଉଛି।

ସେ କହିଛନ୍ତି ୟୁରୋପର କିଛି ଅଂଶରେ କରୋନାର ତୃତୀୟ ଲହର ଦେଖିବାକୁ ମିଳିଛି। ତେଣୁ କରୋନା ବିରୋଧୀ ଲଢ଼େଇରେ ଲୋକଙ୍କ ଜୀବନ ସୁରକ୍ଷିତ ରଖିବା ସରକାରଙ୍କ କାମ। ବ୍ରିଟେନ ଏବେ ଫ୍ରାନ୍ସକୁ ରେଡ୍‌ ଲିଷ୍ଟରେ ସାମିଲ କରିବାକୁ ଯାଉଥିବାରୁ ସେଠାରୁ ଆସୁଥିବା ଲୋକେ ହୋଟେଲରେ କ୍ଵାବରେଣ୍ଟାଇନ୍‌ରେ ରହିବା ବାଧ୍ୟତାମୂଳକ ହେବ। କାରଣ ବ୍ରିଟେନରେ ଦକ୍ଷିଣ ଆଫ୍ରିକାର କରୋନା ଭାରିଏଣ୍ଟ ମାମଲା ବୃଦ୍ଧି ପାଉଥିବାରୁ ସରକାରଙ୍କ ଉପରେ ଚାପ ବୃଦ୍ଧି ପାଉଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Back to top button