କଂଗ୍ରେସକୁ ଫେରିବେ ସଚିନ ପାଇଲଟ

ନୂଆଦିଲ୍ଲୀ : ରାଜସ୍ଥାନ ରାଜନୀତି ଭିନ୍ନ ମୋଡ ନେଇଛି। ୟୁ-ଟର୍ଣ୍ଣ ନେଇଛନ୍ତି କଂଗ୍ରେସ ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ସଚିନ ପାଇଲଟ। ଆଜି ଦିଲ୍ଲୀରେ ସେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ସାକ୍ଷାତ କରିଥିବା ବେଳେ ପୁଣି କଂଗ୍ରେସ ଫେରିବେ ବୋଲି କୁହାଯାଉଛି।

ଅନ୍ୟପକ୍ଷରେ କୁହାଯାଇଛି ଦିଲ୍ଲୀରେ ଦଳୀୟ ହାଇକମାଣ୍ଡଙ୍କ ସହ ବୈଠକ ସମୟରେ ୩ଟି ଦାବି ରଖିଛନ୍ତି। ଏ ମାଧରେ ରହିଛି ତାଙ୍କୁ ଭବିଷ୍ୟତରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ କରାଯିବ ବୋଲି କଂଗ୍ରେସ ସର୍ବସମ୍ମୁଖରେ ଘୋଷଣା କରିବା ପରେ ସେ ଦଳସହ ମିଶି କାର୍ଯ୍ୟ କରିବେ ବୋଲି ସର୍ତ୍ତ ରଖିଛନ୍ତି। ଯଦି ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ ନାହିଁ ତେବେ ତାଙ୍କ ସହ ରହିଥିବା ଦୁଇ ବରିଷ୍ଠ ବିଧାୟକଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ମିଳିବ। ଅନ୍ୟମାନଙ୍କୁ ରାଜ୍ୟ କ୍ୟାବିନେଟ, ବୋର୍ଡ କିମ୍ବା କର୍ପୋରେସନରେ ଥଇଥାନ କରାଯିବ। ତାଙ୍କୁ (ସଚିନ) କଂଗ୍ରେସ ଦିଲ୍ଲୀରେ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦେବ।

ଏହାବ୍ୟତୀତ କଂଗ୍ରେସ ଚାହୁଁଛି ସଚିନ ପୂର୍ବଭଳି ଦଳସହ ମିଶି କାର୍ଯ୍ୟ କରୁନ୍ତୁ, ତା’ହେଲେ ନିର୍ବାଚନ ବେଳେ ରାହୁଲ ଗାନ୍ଧି ଦଳର ନିର୍ବାଚନୀ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରାଯିବ ବୋଲି ଘୋଷଣା କରାଯାଉ ବୋଲି ତୃତୀୟ ସର୍ତ୍ତ ରଖିଛନ୍ତି। ସୂତ୍ର ଅନୁଯାୟୀ ସଚିନ ପାଇଲଟଙ୍କୁ ପୂର୍ବଭଳି ରାଜସ୍ଥାନ ଉପ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ କଂଗ୍ରେସର ମୁଖ୍ୟ ପଦ ସମ୍ମାନର ସହ ଫେରାଇ ଦିଆଯିବ ବୋଲି ରାହୁଲ ଗାନ୍ଧି ପ୍ରତିଶ୍ରୁତି ଦେଇଛନ୍ତି।

ମତାମତ ଦିଅନ୍ତୁ ।