Breaking News ଅପରାଧ

ସାରଥୀ ବାବାଙ୍କ ଗୁମର ଖୋଲିଲା, ସବୁ ଥିଲା ମିଛ

ଭୁବନେଶ୍ୱର : ଆତ୍ମଘୋଷିତ ବାବା ସାରଥୀ ଓରଫ୍ ସନ୍ତୋଷ ରାଉଳଙ୍କର ଦିବ୍ୟ ଶକ୍ତିକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। ଲୋକେ ତାଙ୍କୁ କାହିଁକି ଭଗବାନ ବୋଲି ପୂଜା କରୁଥିଲେ ସୋଶାଲ ମିଡିଆରେ ଏ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇଛନ୍ତି ସାରଥୀ ମାମଲାର ତଦନ୍ତ କରୁଥିବା ବରିଷ୍ଠ ଆଇପିଏସ୍ ତଥା କ୍ରାଇମ୍‌ବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା। ସେ କହିଛନ୍ତି ଏସବୁ ଥିଲା ବେକାର କଥା।

ଶ୍ରୀ ବୋଥ୍ରାଙ୍କ ସୂଚନା ଅନୁଯାୟୀ ସାରଥୀ ଜଣେ ଅବତାରୀ ପୁରୁଷ ଥିଲେ ବୋଲି ତାଙ୍କ ପ୍ରଶଂସକ କହୁଥିଲେ। ଏପରିକି ସିମେଣ୍ଟ ଗାଈରୁ କ୍ଷୀର ବାହାରୁଥିବା ମଧ୍ୟ ଘୋଷଣା କରିଥିଲେ ଜଣେ ପ୍ରଶଂସକ। କିନ୍ତୁ ଏସବୁ ଥିଲା ମିଛ। ଲୋକଙ୍କ ସାମ୍ନାରେ ମନା କରିବା ସମ୍ଭବପର ନଥିଲା ବୋଲି ଜେରାବେଳେ ସାରଥୀ ତାଙ୍କୁ କହିଥିବା ନେଇ ଶ୍ରୀ ବୋଥ୍ରା ଟ୍ୱିଟ୍‌ କରି ଉଲ୍ଲେଖ କରିଛନ୍ତି। କେବଳ ସେତିକି ନୁହେଁ ଜଣେ ସହକର୍ମୀ ଆଶ୍ରମ ଭିତରୁ ସାରଥୀଙ୍କୁ ଗିରଫକୁ ବାରଣ କରିଥିବା ବେଳେ ତାଙ୍କ ନିକଟରେ ଈଶ୍ୱରୀୟ ଶକ୍ତି ରହିଛି, ଯାହା ତାଙ୍କୁ ଧ୍ୱଂସ କରିଦେବେ ବୋଲି କହିଥିବା ବୋଥ୍ରା ଟ୍ୱିଟ୍‌ କରିଛନ୍ତି। ସେ କହିଛନ୍ତି ଏସବୁ ବେକାର କଥା ଥିଲା। କାରଣ ସାରଥୀଙ୍କୁ ସେ ସମ୍ପର୍କରେ ମୁଁ ପଚାରିଥିଲି। ତଦନ୍ତ ସମୟରେ ସାରଥୀଙ୍କ ସହ କୌଣସି ପ୍ରକାରର ଥାଡ୍ ଡିଗ୍ରୀ ପ୍ରୟୋଗ କରାଯାଇନି ବୋଲି ବୋଥ୍ରା ସ୍ପଷ୍ଟ କରିଛନ୍ତି।

ସୂଚନାଯୋଗ୍ୟ ଯେ ଆତ୍ମଘୋଷିତ ବାବା ସାରଥୀଙ୍କୁ ୨୦୧୫ରେ ବାରିମୂଳ ଆଶ୍ରମରୁ ଗିରଫ କରାଯାଇଥିଲା। ୪ ବର୍ଷ ଜେଲରେ ରହିବା ପରେ ୫ ମାସ ତଳେ ତାଙ୍କୁ ଜାମିନ୍ ମିଳିଛି।

ମତାମତ ଦିଅନ୍ତୁ ।