Breaking News ଅପରାଧ

ପୁରୀ: ଗଣଦୁଷ୍କର୍ମରେ ପୋଲିସର ସମ୍ପୃକ୍ତି !

ଭୁବନେଶ୍ଵର : ପୁରୀରେ ଲଜ୍ଜା ଜନକ ଘଟଣା ଘଟିଛି। ଯୁବତୀଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଝାଡ଼େଶ୍ୱରୀ କ୍ଲବ୍ ନିକଟ କ୍ୱାର୍ଟର୍ସରେ ଘଟିଛି ଏହି ଜଘନ୍ୟକାଣ୍ଡ। ଖବର ଅନୁଯାୟୀ ଯୁବତୀ ଜଣକ ନିମାପଡ଼ା ବସ୍‌ଷ୍ଟାଣ୍ଡରେ କାକଟପୁର ଅଞ୍ଚଳକୁ ଯିବା ପାଇଁ ଅପେକ୍ଷାରେ ଥିଲେ। ଏହି ସମୟରେ ୪ ଜଣ ଯୁବକ ପୋଲିସ ପରିଚୟ ଦେଇ ତାଙ୍କୁ ଘରେ ଛାଡ଼ିଦେବାକୁ କହି କାର୍‌ରେ ଝାଡ଼େଶ୍ୱରୀ କ୍ଲବ୍ ନିକଟ କ୍ୱାର୍ଟର୍ସକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ତେବେ ଘଟଣା ସମୟରେ ଜଣଙ୍କ ପର୍ସକୁ ଅକ୍ତିୟାର କରି ନେଇଥିଲେ ଯୁବତୀ। ଏହି ପର୍ସରୁ ଜିତେନ୍ଦ୍ର ସେଠୀ ନାମକ ଜଣେ କନଷ୍ଟେବଲଙ୍କର ଆଇ କାର୍ଡ ମିଳିଥିବା ସୂଚନା ମିଳିଛି।

ମତାମତ ଦିଅନ୍ତୁ ।