ଦୁର୍ବୃତ୍ତଙ୍କ ଗୁଳିରେ ରେଷ୍ଟୁରାଣ୍ଟ କର୍ମଚାରୀ ଆହତ

ଭୁବନେଶ୍ୱର : ଭୁବନେଶ୍ୱରର ଚନ୍ଦକା ଥାନା ଅଂଚଳର ରେଷ୍ଟୁରାଣ୍ଟ ‘ଜଙ୍ଗଲ ଭିଉ’ରେ ଆଜି ଗୁଳି ଫୁଟିଛି। ଏହି ଘଟଣାରେ ରେଷ୍ଟୁରାଣ୍ଟର କର୍ମଚାରୀ ଗୁରୁତର ହୋଇଥିବା ବେଳେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ଅନୁଯାୟୀ ବୁଧବାର ଅପରାହ୍ନରେ କିଛି ଦୁର୍ବୃତ୍ତ ରେଷ୍ଟୁରାଷ୍ଟକୁ ଖାଇବାକୁ ଯାଇଥିଲେ। ସେଠାରେ ମଦ ପିଇବା ପରେ ସାମାନ୍ୟ କଥାକୁ ନେଇ ସେମାନଙ୍କର ରେଷ୍ଟୁରାଣ୍ଟର କର୍ମଚାରୀଙ୍କ ସହ ବଚସା ହୋଇଥିଲା। ଏଥିରେ ଉତ୍ତେଜିତ ହୋଇ ଦୁର୍ବୃତ୍ତମାନେ ଗୁଳିକରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଘଟଣା ସମ୍ପର୍କରେ ଖବ ପାଇ ଡିସିପି ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ମତାମତ ଦିଅନ୍ତୁ ।