ସ୍ୱାମୀ-ସ୍ତ୍ରୀଙ୍କୁ ଗଳାକାଟି ହତ୍ୟା

ଭୁବନେଶ୍ଵର : ଗଜପତି ଜିଲ୍ଲା ମୋହନା ଥାନା ଗପଟିମା ଗାଁରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ସ୍ୱାମୀ ପୁଟୁରୁ ମଲ୍ଲିକ ଓ ସ୍ତ୍ରୀ ସବିତା ମଲ୍ଲିକକୁ କେହି ହତ୍ୟା କରି ଜଙ୍ଗଲରେ ଭିଙ୍ଗି ଦେଇଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିନି। ତେବେ ଗୁଣିଗାରେଡ଼ିକୁ ନେଇ ଏପରି ଘଟିଥିବା ମୃତ ପୁଟୁରୁର ପୁଅ ଅଭିଯୋଗ କରିଛନ୍ତି। ପୁଟୁରୁ ଓ ସବିତା ମଲ୍ଲିକ ସକାଳେ ନିଜ ବଗିଚାକୁ ତେନ୍ତୁଳି ଜଗି ବାକୁ ଯାଇଥିଲେ। ସେଠାରେ କେହି ଧାରୁଆ ଅସ୍ତ୍ରରେ ଉଭୟଙ୍କ ଗଳା କାଟି ହତ୍ୟା କରିଛି। ଆଜି ଗାଁରେ ଗୁଙ୍ଗି ପୂଜା ଚାଲିଥିବା ବେଳେ ଲୋକେ ଉଭୟଙ୍କ ମୃତ ଦେହ ଗାଁ ନିକଟସ୍ଥ ଜଂଗଲରେ ପଡ଼ିଥିବା ଦେଖି ପୋଲିସରେ ଖବର ଦେଇଥିଲେ। ପୋଲିସ ଘଟଣାର ତଦନ୍ତ ଚଳାଇଛି।

ମତାମତ ଦିଅନ୍ତୁ ।