ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୩ ବାଇକ୍ ଆରୋହୀ ମୃତ

ଭୁବନେଶ୍ଵର : ଗଜପତି ଜିଲ୍ଲା ମୋହନା ରାଇସିଂ ଘାଟିରେ ଆଜି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବାଇକ ସହ ପିକ୍‌ଅପ ଧକ୍କା ହେବରୁ ଘଟଣା ସ୍ଥଳରେ ୩ ଜଣଙ୍କର ଜୀବନ ଯାଇଛି। ମୃତକମାନେ କର୍ଚବାଡି ଅଞ୍ଚଳର। ସେମାନେ ନିଜ ଗାଁ’କୁ ଫେରୁଥିବା ବେଳେ ଘାଟିରେ ବିପରୀତ ଦିଗରୁ ଆସୁଥିବା ପିକଅପ ଭ୍ୟାନ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ମୃତଦେହ ଜବତ କରି ତଦନ୍ତ କରୁଛି।

ମତାମତ ଦିଅନ୍ତୁ ।