April 6, 2020

ଶ୍ୱଶୁର ଘରେ ଦୁବାଇ ଫେରନ୍ତା ଜ୍ୱାଇଁ, ଗାଁରେ ଉତ୍ତେଜନା

ଭୁବନେଶ୍ଵର : କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଗମ୍ଭାରିଆ ଗାଁ’ରେ ଦୁବାଇ ଫେରନ୍ତା ଯୁବକଙ୍କୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଜଣେ ବ୍ୟକ୍ତିଙ୍କ ଜ୍ୱାଇଁ ଦୁବାଇରୁ ଫେରି ୪ ଦିନ ଶ୍ୱଶୁର ଘରେ ଥିଲେ। ଗତକାଲି ଘଟଣା ଜଣାପଡିବା ପରେ ଯୁବକଙ୍କ ଡାକ୍ତରୀ ପରୀକ୍ଷା କରିବାକୁ ଗାଁ’ ଲୋକେ ଅଡ଼ି ବସିଛନ୍ତି। ଲୋକମାନଙ୍କ ଜିଦ୍ ପରେ ସମ୍ପୃକ୍ତ ଯୁବକଙ୍କୁ ଏକ ଘରେ ଆଇସୋଲେସନ୍‌ରେ ରଖାଯାଇଛି। ଆଜି ଡାକ୍ତରୀ ଟିମ୍ ଗାଁ’ରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବେ। ତେବେ ଏହି ଘଟଣାକୁ ନେଇ ଗାଁ’ରେ ଦେଖାଦେଇଥିବା ଉତ୍ତେଜନାକୁ ପୋଲିସ୍‌ ପହଞ୍ଚି ନିୟନ୍ତ୍ରଣ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *