April 2, 2020

ମାଓବାଦୀ-ପୋଲିସ ଗୁଳିବିନିମୟ: ୧୩ ଜଣଙ୍କ ସନ୍ଧାନ ମିଳୁନି

ନୂଆଦିଲ୍ଲୀ : ଛତିଶଗଡ଼ ସୁକମା ଜିଲ୍ଲାରେ ଚିନ୍ତାଗୁମ୍ଫା ଅଞ୍ଚଳର କୋରଜଗୁଡା ପାହାଡ ନିକଟରେ ଶନିବାର ରାତିରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମିୟରେ ୧୪ ଜଣ ପୋଲିସ ଆହତ ହୋଇଛନ୍ତି। ସେମାନଙ୍କୁ ହେଲିକପ୍ଟର ଯୋଗେ ରାୟପୁରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା କୁହାଯାଉଛି। ଗୁଳିବିନିମୟ ପରେ ୧୩ ଜଣ ସୁରକ୍ଷା କର୍ମୀଙ୍କ ସହ କୌଣସି ଯୋଗାଯୋଗ ହୋଇପାରୁନଥିବା ପୋଲିସ ସୂତ୍ରରୁ ଖବର ମିଳିଛି।

ସୂଚନା ଅନୁଯାୟୀ ଚିନ୍ତାଗୁମ୍ଫା ନିକଟସ୍ଥ ଏଲମଗୁଣ୍ଡାରେ ମାଓବାଦୀ ଲୁଚି ରହିଥିବା ପୋଲିସକୁ ଖବର ମିଳିଥିଲା। ଏହାପରେ ଜିଲ୍ଲା ରିଜର୍ଭ ଗାର୍ଡ, ସ୍ପେଶାଲ ଟାସ୍କ ଫୋର୍ସ ଓ କୋବ୍ରା କମାଣ୍ଡର ମିଳିତ ଅପରେସନ ଆରମ୍ଭ କରିଥିଲେ। ମୋଟ୍ ୧୫୦ ଜଣ ଏହି ଅପରେସନରେ ସାମିଲ୍ ହୋଇଥିଲେ। ଅପରେସନ ସାରି ନିରାପତ୍ତା ବଳ ଜବାନମାନେ ଫେରିବା ପରେ ଜଣାପଡ଼ିଲା ସେମାନଙ୍କ ମଧ୍ୟରୁ ରାଜ୍ୟ ପୋଲିସର ୧୩ଜଣ ଯବାନ ନାହାନ୍ତି। ୧୪ ଜଣ ଆହତ ହୋଇଛନ୍ତି। ନିଖୋଜ ପୋଲିସଙ୍କ ସନ୍ଧାନ ନେବାପାଇଁ ଆଜି ସକାଳେ ଘଟଣାସ୍ଥଳରେ ତଲାସ ଅଭିଯାନ ଆରମ୍ଭ ହୋଇଛି। ତେବେ ଗତକାଲିର ଅପରେସନରେ ୪ରୁ ୫ ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *