ମା’କୁ ଠେଙ୍ଗାରେ ପିଟି ମାରିଲେ ଦୁଇ ପୁଅ

ବାରିପଦା : ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ବ୍ଲକ୍ ଅଞ୍ଚଳରେ ଏକ ଅଭାବନୀୟ ଘଟଣାଘଟିଛି। ବୃଦ୍ଧା ମା’କୁ ଦୁଇ ପୁଅ ଠେଙ୍ଗାରେ ପିଟି ହତ୍ୟା କରିଛନ୍ତି।

ଖବର ଅନୁଯାୟୀ ବାଙ୍ଗିରିପୋଷି ବ୍ଲକ୍ ଅନ୍ତର୍ଗତ ବଣକାଟି ପଞ୍ଚାୟତ ସାତଭାୟା ଗ୍ରାମରେ ଏଭଳି ଘଟିଛି। ମୃତକ ଜଣଙ୍କ ହେଲେ ତୁଳସୀ ସିଂହ। ଦୁଇପୁଅ ରବି ଓ ରାଜ କିଶୋର ଗତକାଲି ରାତିରେ ମଦ୍ୟପାନ କରି ଘରକୁ ଫେରିଥିଲେ। ଏହାକୁ ନେଇ ମା’ ତୁଳସୀ ଗାଳିଗୁଲଜ କରିବାରୁ ଉତକ୍ଷିପ୍ତ ହୋଇ ରବି ଓ ରାଜ କିଶୋର ମା’କୁ ଦୁଇଟି ବାଡ଼ିରେ ପିଟିବାରୁ ତାଙ୍କର ମୃତ୍ୟୁ ଘଟିଛି। ଆଜି ସକାଳେ ଏହା ଜଣାଯିବା ପରେ ତୁଳସୀଙ୍କ ସ୍ବାମୀ ପୋଲିସକୁ ଖବର ଦେଇଥିଲେ। ପୋଲିସ ମୃତ ଦେହକୁ ଜବତ କରିବା ସହ ଦୁଇ ପୁଅଙ୍କୁ ଗିରଫ କରିଥିବା ଜଣାଯାଇଛି।

ମତାମତ ଦିଅନ୍ତୁ ।