ରେନ୍ ଦ ବାରରେ ଚଢଉ: ବିପୁଳ ପରିମାଣର ମଦ ଜବତ

ଭୁବନେଶ୍ଵର: କଟକ ରୋଡରେ ଥିବା ରେନ୍ ଦ ବାର୍ ଉପରେ ଚଢାଉ କରିଛି କମିଶନରେଟ୍ ପୋଲିସ । ଏହି ସମୟରେ ବିପୁଳ ପରିମାଣର ମଦ ଜବତ ହୋଇଛି । ବାରରେ ଚଢା ଦରରେ ମଦ ବିକ୍ରି ଚାଲିଥିବା କମିଶନରେଟ୍ ପୋଲିସ ଖବର ପାଇଥିଲା। ଏହାପରେ ଆଜି ମଧ୍ୟାହ୍ନରେ କ୍ଵିକ ଆକ୍ସନ ଟିମ୍ ଚଢାଉ କରିଥିଲା । ଚଢାଉ ବେଳେ ଲକ୍ଷାଧିକ ଟଙ୍କାର ମଦ ଜବତ ହୋଇଛି। ବାରର ସମ୍ମୁଖ ଫାଟକରେ ତାଲା ପଡିଥିଲା। ହେଲେ ପଛ ପଟେ ଏହି ଚୋରା କାରବାର ଚାଲିଥିଲା ।

ମତାମତ ଦିଅନ୍ତୁ ।