କୂଅରୁ ମିଳିଲା ୯ଟି ମୃତଦେହ

ହାଇଦ୍ରାବାଦ : ଝିଅର ତୃତୀୟ ଜନ୍ମଦିନର ପରଦିନ କୂଅରୁ ମିଳିଲା ୯ଜଣଙ୍କ ମୃତ ଦେହ। ଏଥିରେ ଥିଲେ ୬ଜଣ ଗୋଟିଏ ପରିବାରର ସଦସ୍ୟ। ଅନ୍ୟ ୩ଜଣ ବିହାର ଓ ତ୍ରିପୁରାର ବାସିନ୍ଦା। ଏହି ଅଭାବନୀୟ ଘଟଣା ତେଲେଙ୍ଗାନାରେ ଘଟିଛି। ଗୁରୁବାର ୪ଜଣ ଓ ଶୁକ୍ରବାର ଅନ୍ୟ ୫ଟି ଜଣଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି। ହେଲେ ମୃତଦେହରେ କୌଣସି କ୍ଷତଚିହ୍ନ ନାହିଁ। ଏକା ସାଙ୍ଗରେ ୯ଜଣଙ୍କ ମୃତ୍ୟୁ କିଭଳି ହେଲା ପୋଲିସ ତାହାର ତଦନ୍ତ କରିଛି।

ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ମୃତକଙ୍କ ମଧ୍ୟରୁ ୭ଜଣ ବ୍ୟାଗ ସିଲେଇ ୟୁନିଟରେ କାମ କରୁଥିଲେ। ଜଣେ ଶ୍ରମିକଙ୍କ ଝିଅର ତୃତୀୟ ଜନ୍ମଦିନ ପାଳନ କରିବା ପାଇଁ ସମସ୍ତେ ରାତ୍ରୀ ଭୋଜନ ପାଇଁ ଏକାଠି ହୋଇଥିଲେ। ତେବେ ଆତ୍ମହତ୍ୟା ମାମଲା ବୋଲି ସନ୍ଦେହ କରାଯାଉଛି। କିନ୍ତୁ ଶରୀରରେ କୌଣସି ବାହ୍ୟ ଆଘାତ ନ ଥିବାରୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣା ପଡିବ। ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ଏରାବଲି ଦୟାକର ରାଓ କହିଛନ୍ତି ଘଟଣାର ସ୍ପଷ୍ଟ ସୂଚନା ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ମତାମତ ଦିଅନ୍ତୁ ।