ବନ୍ଦୁକ ଦେଖାଇ ମହିଳାଙ୍କୁ ଦୁଷ୍କର୍ମ କରୁଥିଲେ ସ୍ୱାମୀଙ୍କ ସଂପର୍କୀୟ ଭାଇ

ନୂଆଦିଲ୍ଲୀ : ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କ ସଂପର୍କୀୟ ଭାଇ ୪ ବର୍ଷ ହେଲା ଦୁଷ୍କର୍ମ କରିଆସୁଥିବା ଅଭିଯୋଗ ହୋଇଛି। ଗୁରୁଗ୍ରାମରେ ଘଟିଛି ଏପରି ଘଟଣା। ପୀଡ଼ିତାଙ୍କ ସ୍ୱାମୀ ପୋଲିସରେ କରିଛନ୍ତି ଅଭିଯୋଗ।

ଅଭିଯୋଗ ଅନୁଯାୟୀ ଅଭିଯୁକ୍ତ ଓ ପୀଡ଼ିତା ଉଭୟଙ୍କ ଘର ଗୁରୁଗ୍ରାମର ବଜଘେରା ଅଞ୍ଚଳରେ। ଅଭିଯୁକ୍ତ ନିୟମିତ ଭାବେ ପୀଡ଼ିତାଙ୍କ ଘରକୁ ଆସୁଥିଲେ। ସୁଯୋଗ ଦେଖି ତାଙ୍କ ସଂପର୍କୀୟ ଭାଇଙ୍କ ପତ୍ନୀଙ୍କୁ କରୁଥିଲେ ଦୁଷ୍କର୍ମ। ନିଜର କାମନା ଚରିତାର୍ଥ କରିବା ପାଇଁ ପୀଡ଼ିତାଙ୍କୁ ବନ୍ଧୁକ ମୁନରେ ଦେଉଥିଲେ ଧମକ। କେବଳ ସ୍ୱାମୀ ନୁହେଁ, ପିଲାମାନଙ୍କୁ ମଧ୍ୟ ହତ୍ୟା କରିବ ବୋଲି ଧମକ ଦେଉଥିଲା ଅଭିଯୁକ୍ତ। ଯାହାଫଳରେ ପୀଡ଼ିତା ଗତ ୪ ବର୍ଷ ହେବ ଦୁଷ୍କର୍ମର ଶିକାର ହୋଇ ଚୁପ ରହିଥିଲେ। ପୀଡ଼ିତାଙ୍କ ସ୍ୱାମୀ ଏ କଥା ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏହି ମାମଲାର ତଦନ୍ତ କରୁଛି।

ମତାମତ ଦିଅନ୍ତୁ ।