ଡବଲ ଡୋଜ୍ ଟିକା ନନେଲେ ସରକାରୀ କର୍ମଚାରୀଙ୍କୁ ଅଫିସ୍ ମନା

ଭୁବନେଶ୍ୱର : ସରକାରୀ କର୍ମଚାରୀଙ୍କ ପାଇଁ ନୂଆ ନିର୍ଦ୍ଦେଶନାମା। ଡବଲ ଡୋଜ୍ ଟିକା ନେଇନଥିଲେ ଭୁବନେଶ୍ୱରରେ କାର୍ଯ୍ୟ କରୁଥିବା ସରକାରୀ କର୍ମଚାରୀଙ୍କୁ ଜୁଲାଇ ପହିଲାରୁ ଅଫିସ୍ ଆସିବାକୁ ଅନୁମତି ମିଳିବନି। ସେମାନଙ୍କର ଅନୁପସ୍ଥିତିକୁ ଉଦ୍ଦେଶ୍ୟମୂଳକ ଛୁଟି ଭାବେ ବିବେଚନା କରାଯିବ।

ଶୁକ୍ରବାର ସାଧାରଣ ପ୍ରଶାସନ ବିଭାଗର ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ଥିବା ବିଭାଗୀୟ କାର୍ଯ୍ୟାଳୟ, ମୁଖ୍ୟ ଦପ୍ତର, ଶାଖା ଅଫିସ୍ ଓ ସରକାରୀ ଉଦ୍ୟୋଗରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି। ଏଥିରେ ଉଲ୍ଲେଖ ରହିଛି ଜୁନ୍ ୧୦ରୁ ୨୦ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଥିବା ସମସ୍ତ ବିଭାଗ, ସବଅର୍ଡିନେଟ୍ ଅଫିସ୍‌, ସରକାରୀ ଉଦ୍ୟୋଗ ଓ ନିଗମର କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ଟିକାକରଣ ଅଭିଯାନ ହୋଇଛି। ଏହି ପ୍ରକ୍ରିୟାରେ ପ୍ରାୟ ୬ହଜାର କର୍ମଚାରୀଙ୍କୁ ପ୍ରଥମ ଡୋଜ୍ ଟିକା ଦିଆସରିଛି। ଦ୍ୱିତୀୟ ଡୋଜ୍ ଟିକା ଅଭିଯାନ ଗତକାଲି ଅର୍ଥାତ୍ ଜୁନ୍ ୧୭ରୁ ଜାରି ରହିଛି।

ସମସ୍ତ ବିଭାଗର ନୋଡାଲ୍ ଅଫିସରମାନଙ୍କୁ ଭୁବନେଶ୍ୱରରେ ଥିବା ସେମାନଙ୍କର ବିଭିନ୍ନ କାର୍ଯ୍ୟାଳୟର କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ଟିକାକରଣ ସୁନିଶ୍ଚିତ କରାଇବାକୁ ପରାମର୍ଶ ଦିଆଯାଇଛି। ଯାହାଫଳରେ ଜୁଲାଇ ୧ରୁ ଫୁଲ୍ ଆଟେଣ୍ଡାନ୍ସ ସହ ଅଫିସଗୁଡ଼ିକ କାର୍ଯ୍ୟ କରିବ। ସରକାରୀ କାର୍ଯ୍ୟ ଓ ଦାୟିତ୍ୱ ତୁଲାଇବାବେଳେ କର୍ମଚାରୀମାନଙ୍କୁ ନିରାପଦ ପରିବେଶ ସୁନିଶ୍ଚିତ କରାଇବା ହେଉଛି ଏହି ନିର୍ଦ୍ଦେଶନାମାର ମୂଳ ଉଦ୍ଦେଶ୍ୟ। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ଥିବା ସମସ୍ତ ସରକାରୀ ବିଭାଗ, ସବଅଡିନେଟ୍ ଅଫିସ ଓ ସରକାରୀ ଉଦ୍ୟୋଗ/ନିଗମର ସମସ୍ତ କର୍ମଚାରୀ ନିଶ୍ଚିତ ଭାବେ ଡବଲ ଡୋଜ୍ ଟିକା ନେବେ ଓ ଜୁଲାଇ ପହିଲାରୁ ନିୟମିତ ଅଫିସ ଆସିବେ ବୋଲି ନିଷ୍ପତ୍ତି ନିଆଯାଇଛି।

ଯେଉଁ କର୍ମଚାରୀ ସ୍ୱାସ୍ଥ୍ୟଗତ କମ୍ବା ଅନ୍ୟ କୌଣସି କାରଣରୁ ଟିକା ନେଇନଥିବେ ସେମାନେ ନିଜ ବିଭାଗୀୟ ମୁଖ୍ୟ ଅଥବା ସଂସ୍ଥା ମୁଖ୍ୟଙ୍କୁ ଏଥିରୁ ତାଙ୍କୁ ବାଦ୍ ଦେବାକୁ ଆବେଦନ କରିବେ। ଏହି ଆବେଦନ ପାଇବା ପରେ କେସ୍ ଟୁ କେସ୍ ଆଧାରରେ ବିଚାର କରିବାକୁ ପରାମର୍ଶ ଦିଆଯାଇଛି। ଯେଉଁ କର୍ମଚାରୀ ଟିକା ନେଇନଥିବେ ଓ ବିଭାଗୀୟ ମୁଖ୍ୟଙ୍କ ଦ୍ୱାରା ଛାଡ଼୍ ହୋଇନଥିବେ ସେମାନଙ୍କୁ ଜୁଲାଇ ୧ରୁ ଅଫିସ ଆସିବା ପାଇଁ ଅନୁମତି ମିଳିବ ନାହିଁ ବୋଲି କୁଆଯାଇଛି।

ସମ୍ବନ୍ଧିତ ଖବର
between image and heading

Comments are closed.