ଦାଦାବଟି ପାଇଁ ଭାଇ-ଭଉଣୀ ଆକ୍ରମଣ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଦାଦାବଟି ପାଇଁ ଆକ୍ରମଣ। ଭାଇ ଓ ଭଉଣୀଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ ଲକ୍ଷ୍ମୀ ନୃସିଂହ ସାହିର କାଳିଆ ପାତ୍ର ଜଣେ ବ୍ୟବସାୟୀ। ତାଙ୍କୁ ୧୦ ହଜାର ଟଙ୍କା ବଟି ଦେବାକୁ ମୋବାଇଲ୍‌କୁ ଆସୁଥିଲା କଲ। ଟଙ୍କା ନଦେଲେ ହତ୍ୟା କରାଯିବ ବୋଲି ଦିଆଯାଉଥିଲା ଧମକ।
ତେବେ ଗତକାଲି ମଧ୍ୟାହ୍ନରେ କାଳିଆ ଘରେ ଥିବାବେଳେ ୫ ଜଣ ଦୁର୍ବୃତ୍ତ ଦୁଇଟି ବାଇକ୍‌ରେ ଆସି ପହଞ୍ଚିଥିଲେ। ପ୍ରଥମେ କାଳିଆକୁ ଡାକି ବାଇକ୍‌ରେ ବସିବାକୁ କହିଥିଲେ। ସେ ରାଜି ନହେବାରୁ ମାଉଜର ଦେଖାଇ ଧମକଚମକ ଦେଇଥିଲେ। ପରେ ଖଣ୍ଡାରେ ଆକ୍ରମଣ କରିଥିଲେ। ଏହା ଦେଖି ଭଉଣୀ ଆସିବାରୁ ତାଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ। ଉଭୟଙ୍କୁ ଗୁରୁତର ହୋଇଥିବାରୁ ଏମ୍‌କେସିଜି ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ମତାମତ ଦିଅନ୍ତୁ ।