Breaking News ଦେଶ-ବିଦେଶ

ସଂଦିଗ୍ଧ ଡ୍ରୋନକୁ ଗୁଳିକରି ଖସାଇବାକୁ ସୁରକ୍ଷା ବାହିନୀକୁ ମିଳିଲା ଅନୁମତି

ନୂଆଦିଲ୍ଲୀ : କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର ପରେ କେବଳ କଶ୍ମୀର ନୁହେଁ ପଞ୍ଜାବରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଉଦ୍ୟମ କରୁଛି ପାକିସ୍ତାନ। ଡ୍ରୋନ ସାହାଯ୍ୟରେ ସୀମା ଏପାରିକୁ ପଠାଉଛି ଅସ୍ତ୍ରଶସ୍ତ୍ର। ପୂର୍ବରୁ ପାକିସ୍ତାନ ପଟୁ ନିଶାଦ୍ରବ୍ୟ ଆସୁଥିବାବେଳେ ଏବେ ଅସ୍ତ୍ରଶସ୍ତ୍ର ଆସୁଛି। ଏହା ଭାରତୀୟ ସୁରକ୍ଷାବଳ ପାଇଁ ଚିନ୍ତାର କାରଣ ହୋଇଥିବା ବେଳେ ସଂଦିଗ୍ଧ ଡ୍ରୋନ ଗୁଡିକୁ ମାରି ଖସାଇଦେବାକୁ ସେନା ଓ ପୁଲିସକୁ ସରକାରଙ୍କ ଅନୁମତି ମିଳିଛି। ତେଣୁ ସୀମା ନିକଟରେ ୧୦୦୦ ଫୁଟ […]

Breaking News ଦେଶ-ବିଦେଶ

ମୋଦୀଙ୍କ ଇନ୍‌ଷ୍ଟା ଫଲୋର୍ସ ସଂଖ୍ୟା ୩୦ ମିଲିୟନ୍‌ ଟପିଲା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇନ୍‌ଷ୍ଟାଗ୍ରାମ୍‌ ଫଲୋର୍ସଙ୍କ ସଂଖ୍ୟା ରବିବାର ୩୦ ମିଲିୟନ୍‌ ଟପିଛି। ସେ ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ଓ୍ଵିଡୋଡୋ ଓ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ପଛରେ ପକାଇ ଦେଇଛନ୍ତି। ଓ୍ଵିଡୋଡୋଙ୍କ ଇନ୍‌ଷ୍ଟାରେ ଫଲୋର୍ସ ସଂଖ୍ୟା ୨୫.୬ ମିଲିୟନ୍‌ ଥିବା ବେଳେ ଓବାମାଙ୍କର ୨୪.୮ ମିଲିୟନ୍‌ ଫଲୋର୍ସ ଅଛନ୍ତି। ମୋଦୀଙ୍କ ଫଲୋର୍ସ ସଂଖ୍ୟା ସମ୍ପର୍କରେ ବିଜେପିର ସୋସିଆଲ୍‌ ମିଡିଆ ମୁଖ୍ୟ ଅମିତ ମାଲଭିୟ ଏକ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି।

Breaking News ମନୋରଞ୍ଜନ

ହ୍ରିତିକ୍‌-ଅନୁଷ୍କା ନୂଆ ଯୋଡ଼ିଙ୍କୁ ସ୍କ୍ରିନ୍ ରେ ଦେଖିବେ ଦର୍ଶକ

ମୁମ୍ବାଇ: ହ୍ରିତିକ୍‌ ରୋଶନ୍‌ଙ୍କୁ ‘ୱାର୍‌’ ଫିଲ୍ମରେ ସଫଳତା ମିଳିଛି। ପାଖାପାଖି ୨୫୦ କୋଟି ଆୟ କରି ସାରିଲାଣି। ଏବେ ଶୁଣିବାକୁ ମିଳୁଛି ଫର୍‌ହା ଖାନ୍‌ଙ୍କ ଆଗାମୀ ଫିଲ୍ମରେ ହ୍ରିତିକ୍ କାମ କରିବେ। ତାଙ୍କ ସହିତ ସ୍କ୍ରିନ୍ ଶେଆର୍ କରିବେ ଅନୁଷ୍କା। ଯଦି ଏହା ସତ ହୁଏ ତା’ହେଲେ ହ୍ରିତିକ୍‌ ଓ ଅନୁଷ୍କା ନୂଆ ଯୋଡ଼ିଙ୍କୁ ଦର୍ଶକ ପସନ୍ଦ କରିବେ ବୋଲି ଆଶା କରାଯାଉଛି। ଏହି ଫିଲ୍ମର ନିର୍ଦ୍ଦେଶନା ଭାର ଫର୍‌ହା ନେଇଥିବା ବେଳେ ହ୍ରିତିକ୍ ଓ ଅନୁଷ୍କାଙ୍କୁ […]

Breaking News ଜୀବନଚର୍ଯ୍ୟା

ଶୋଇବା ପୂର୍ବରୁ ଉଷୁମ ପାଣି ପିଇବା ସ୍ୱାସ୍ଥ୍ୟପକ୍ଷେ ଭଲ

ସାଧାରଣତଃ ସମସ୍ତଙ୍କର ପସନ୍ଦ ଥଣ୍ଡା ପାଣି। କେତେକ ଅତି ଥଣ୍ଡା ପଣି ପିଇବାକୁ ଭଲ ପାଆନ୍ତି। କିନ୍ତୁ ଥଣ୍ଡା ପାଣି ଅପେକ୍ଷା ଉଷୁମ ପାଣି ଶରୀରକୁ ଅଧିକ ସୁସ୍ଥ ରଖେ। ଉଷୁମ ପାଣି ପିଇଲେ ଶରୀରରୁ ବ୍ୟାକ୍ଟେରିଆ ହ୍ରାସ ପାଏ। ତେଣୁ ସକାଳେ ଓ ସନ୍ଧ୍ୟାରେ ଥଣ୍ଡା ପରିବର୍ତ୍ତେ ଉଷୁମ ପାଣି ପିଇବା ଅଭ୍ୟାସ କରିବା ଉଚିତ। ପ୍ରତିଦିନ ରାତିରେ ଉଷୁମ ପାଣି ପିଇଲେ ଶରୀରରୁ ଅନାବଶ୍ୟକ ଚର୍ବି ହ୍ରାସ ପାଇଥାଏ। ରାତିରେ ଶୋଇବା ପୂର୍ବରୁ ଗୋଟିଏ […]

Breaking News ଦେଶ-ବିଦେଶ

ହୀରାନଗର ଜନବସତି ଉପରେ ପାକିସ୍ତାନର ମୋର୍ଟାର ଶେଲିଂ ମାଡ଼

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାରେ ବାରମ୍ବାର ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରଖିଛି। ଶନିବାର ରାତିରୁ ରବିବାର ସକାଳ ପର୍ଯ୍ୟନ୍ତ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟରୁ ହୀରାନଗର ସେକ୍ଟରରେ ଥିବା ଜନବସତି ଗୁଡ଼ିକ ଉପରେ ମୋର୍ଟାର ଶେଲିଂ ମାଡ଼ କରାଯାଇଛି। ବିଏସ୍‌ଏଫ୍‌ ପକ୍ଷରୁ ଏହା କୁହାଯାଇଥିବା ବେଳେ ଭାରତୀୟ ଫରଓ୍ବାର୍ଡ ପୋଷ୍ଟ ଗୁଡ଼ିକରୁ ଏହାର ପାଲଟା ଜବାବ ଦିଆଯାଇଛି।

Breaking News ରାଜ୍ୟ

ବିଜେଡିକୁ ସମର୍ଥନ କରିବି-ଅଶୋକ

ଭୁବନେଶ୍ଵର : ବିଜେପୁର ଉପନିର୍ବାଚନରେ ବିଜେଡିକୁ ସମର୍ଥନ କରିବେ ବୋଲି କହିଛନ୍ତି ବିଜେପି ଛାଡିଥିବା ଅଶୋକ ପାଣିଗ୍ରାହୀ। ସେ କହିଛନ୍ତି ସମର୍ଥକଙ୍କ ସହ ପରାମର୍ଶ ପରେ ମୁଁ ଏଇ ନିଷ୍ପତ୍ତି ନେଇଛି। ତେବେ ଏହି ସମର୍ଥନ ଅସ୍ଥାୟୀ ଏବଂ ନିର୍ବାଚନ ପର୍ଯ୍ୟନ୍ତ ସୀମିତ। ଉଲ୍ଲେଖଯୋଗ୍ୟ ଯେ ଅଶୋକ ବିଜେପି ଅଣଦେଖା ଓ ଗୁରୁତ୍ୱ ଦେଉନଥିବା କହି ଗତକାଲି ବିଜେପିର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିଲେ।

Breaking News ଦେଶ-ବିଦେଶ

କଶ୍ମୀର ପ୍ରସଙ୍ଗରେ କେହି ଚାପ ପକାଇ ପାରିବେନି : ରାଜନାଥ

ନୂଆଦିଲ୍ଲୀ : କଶ୍ମୀର ବିଷୟ ଭାବିବା ଛାଡ଼ିଦିଅ। ଏହି ପ୍ରସଙ୍ଗ ଅନ୍ତର୍ଜାତୀୟ ସ୍ତରରେ ଉଠାଇଲେ କିଛି ବି ଫାଇଦା ହେବନି। ଆମ ଉପରେ କେହି ବି ଚାପ ପକାଇପାରିବେନି। ପାକିସ୍ତାନକୁ ଲକ୍ଷ୍ୟକରି ଏହା କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। କେବଳ ସେତିକି ଶ୍ରୀ ସିଂହ ନୁହେଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ସହାୟତାର ପ୍ରସ୍ତାବ ଦେଇଛନ୍ତି। ସେ କହିଛନ୍ତି ପାକିସ୍ତାନ ଯଦି ସତରେ ତା’ ମାଟିରେ ଆତଙ୍କବାଦ ବିରୋଧରେ ଲଢ଼ିବାକୁ ଚାହୁଁଛି ମୁଁ ସଶସ୍ତ୍ର ସେନାବାହିନୀ […]

Breaking News ଅପରାଧ

ଗଞ୍ଜାମ : ଜୁଆ ଆଡ୍ଡାରୁ ଗିରଫ ହେଲେ ୯୩

ଭୁବନେଶ୍ଵର : ବ୍ରହ୍ମପୁର ଜିଲ୍ଲା ପୋଲିସ ଶନିବାର ରାତିରେ ଜୁଆ ଆଡ୍ଡା ଉପରେ ଚଢ଼ଉ କରି ୯୩ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ଜବତ ହୋଇଛି ୪ ଲକ୍ଷ ୨୪ ହଜାର ୨୧୫ ଟଙ୍କା, ୨୪ଟି ମୋବାଇଲ ଓ ୪ଟି ବାଇକ୍‌। ଅତିରିକ୍ତ ଏସ୍‌ପି ପ୍ରଶାନ୍ତ କୁମାର ମିଶ୍ର ଏହି ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁଯାୟୀ ଶନିବାର ରାତିରେ ବଡ଼ବଜାର ଥାନା ପୋଲିସ ୨୬ ଜୁଆଡ଼ିଙ୍କୁ ଗିରଫ କରିଥିବା ବେଳେ ଟାଉନ ଥାନା ପୋଲିସ ୨୨ ଜଣ, […]

Breaking News ବାଣିଜ୍ୟ

ସୁନା ଓ ରୂପା ଦର କମିଲା

ନୂଆଦିଲ୍ଲୀ : ଦୀପାବଳି ଉତ୍ସବ ପୂର୍ବରୁ ଦେଶରେ ସୁନା ଓ ରୂପା ଦର ହ୍ରାସ ପାଇଛି । ସେପ୍ଟେମ୍ବର ପ୍ରଥମ ସପ୍ତାହରେ ସୁନାଦର ପ୍ରତି ଦଶଗ୍ରାମ ୪୨ ହଜାର ଟଙ୍କା ଟପିଥିଲା। ଏବେ ଦିଲ୍ଲୀର ଅଳଙ୍କାର ଓ ସୁନାରୂପା ବିକ୍ରି ହେଉଥିବା ସରଫା ବଜାରରରେ ୨୪ କ୍ୟାରେଟ୍‌ ସୁନା ଶସ୍ତା ହୋଇଛି। ପ୍ରତି ୧୦ ଗ୍ରାମର ମୂଲ୍ୟ ରହିଛି ୩୯,୧୪୦ ଟଙ୍କା। ସେହିପରି ରୂପା କିଲୋ ୩୬୦ ଟଙ୍କା ହ୍ରାସ ପାଇ ୪୬,୬୪୦ ଟଙ୍କାରେ ପହଞ୍ଚିଛି।

Breaking News ରାଜ୍ୟ

୧୯ ଜିଲ୍ଲାରେ ବଜ୍ରପାତ ଆଶଙ୍କା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୯ଟି ଜିଲ୍ଲାରେ ବଜ୍ରପାତର ଆଶଙ୍କା ରହିଛି। ଏହି ପୂର୍ବନୁମାନ କରିଛି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ସେଥିପାଇଁ ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଅନୁଗୁଳ, ଢ଼େଙ୍କାନାଳ, ଭଦ୍ରକ, ବାଲେଶ୍ୱର, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୧୪ରୁ ୧୫ ତାରିଖ ମଧ୍ୟରେ ବଜୁଳି ଓ ଘଡ଼ଘଡ଼ି ଆଶଙ୍କା ଥିବାରୁ […]