ଦେଶ ଛାଡିବେ ପାକିସ୍ତାନର ଟିକ୍‌ଟକ୍‌ ଷ୍ଟାର ଜନ୍ନତ

ପେଶାୱାର : ଭାରତରେ ଚୀନ ଆପ୍‌ ‘ଟିକ୍‌ଟକ୍‌’ ବ୍ୟାନ। ପାକିସ୍ତାନ ସରକାର ନେଇଛନ୍ତି ସମାନ ପଦକ୍ଷେପ। ସଂସ୍କୃତିକୁ କ୍ଷତି ପହଞ୍ଚାଉଥିବା ଅଭିଯୋଗରେ ଏହି ଆପ୍‌କୁ ବ୍ୟାନ୍‌ କରାଯାଇଛି। ଫଳରେ ‘ଟିକ୍‌ଟକ୍‌’ ପ୍ରେମୀଙ୍କ ମନରେ ଅସନ୍ତୋଷ ସୃଷ୍ଟି ହୋଇଥିବା ବେଳେ ଟିକ୍‌ଟକ୍‌ ଷ୍ଟାର ଜନ୍ନତ ମିର୍ଜା ଦେଶ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଆଉ କହିଛନ୍ତି ସେଠାକାର ଲୋକଙ୍କ ମାନସିକତା ଭଲ ନୁହେଁ। ପାକିସ୍ତାନରେ ଜନ୍ନତଙ୍କର ୧୦ ମିଲିୟନ ଫଲୋଅର୍ସ ଅଛନ୍ତି। ସେମାନେ ଦୁଃଖ ପ୍ରକାଶ କରିଥିବା ବେଳେ ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି। ସୋସିଆଲ ମିଡିଆରେ ପ୍ରଶ୍ନ କରିଛନ୍ତି କାହିଁକି ଜାପାନ ଯାଉଛ।

ପାକିସ୍ତାନରେ ଚୀନ ଆପ୍‌ ‘ଟିକ୍‌ଟକ୍‌’ ଉପରେ ୯ ଅକ୍ଟୋବରରେ ପ୍ରତିବନ୍ଧକ ଲାଗିଛି। କିନ୍ତୁ ଔପଚାରିକ ଘୋଷଣା ହୋଇନାହିଁ। ଚୀନର ନାଲିଆଖି ପାଇଁ ଘୋଷଣା ଅଟକିଥିବା କୁହାଯାଉଛି। ଏବେ ପାକ୍‌ ସରକାରଙ୍କ ନିଷ୍ପତ୍ତିକୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କେତେକ ଏହାକୁ ସ୍ଵାଗତ କରିବା ସହିତ ଭଗବାନ ଦୟାରୁ ଭଲ ହୋଇଛି ବୋଲି ଲେଖିଛନ୍ତି।

ମତାମତ ଦିଅନ୍ତୁ ।