ଦେଶ ପାଇଁ ମୋଦି ସରକାର କ୍ଷତିକାରକ : କଂଗ୍ରେସ

ନୂଆଦିଲ୍ଲୀ : କେନ୍ଦ୍ରର ମୋଦି ସରକାର ଆଜି ଦ୍ୱିତୀୟ ପାଳିର ଦୁଇବର୍ଷ ପୂରଣ କରିଛି। ଏଇ ୭ ବର୍ଷରେ ସରକାର ଅନେକ ସଫଳତା ହାସଲ କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। କିନ୍ତୁ ବିରୋଧୀ କଂଗ୍ରେସ କହିଛି ଏ ହେଉଛି ଦୀର୍ଘ ୭୩ ବର୍ଷରେ ସବୁଠୁ ଦୁର୍ବଳ ସରକାର ଓ ଦେଶ ପାଇଁ କ୍ଷତିକାରକ।

କଂଗ୍ରେସ ମୁଖପାତ୍ର ରଣଦୀପ ସିଂ ସୁରଜେୱାଲା ଗଣମାଧ୍ୟମକୁ କହିଛନ୍ତି ୭ ବର୍ଷ କାର୍ଯ୍ୟକାଳ ଅବସରରେ ଏ ସରକାର ସମ୍ପୂର୍ଣ୍ଣ ବିଫଳ ଓ ଅଯୋଗ୍ୟ ସରକାର। ଏହି ସରକାର ସମୟରେ ବେକାରୀ ୧୧.୩ ପ୍ରତିଶତକୁ ବୃଦ୍ଧି ପାଇଥିବାରୁ ଦେଶ ଯନ୍ତ୍ରଣା ଭୋଗୁଛି। ପେଟ୍ରୋଲ ଦର ଅନେକ ରାଜ୍ୟରେ ୧୦୦ ଟଙ୍କା ଓ ସୋରିଷ ତେଲ ମୂଲ୍ୟ ୨୦୦ ଟଙ୍କା ଟପିଛି। ପାର ହୋଇଛି। ଏଥିରୁ ପ୍ରମାଣିତ ହୋଇଛି ୭୩ ବର୍ଷ ମଧ୍ୟରେ ଦେଶର ସବୁଠାରୁ ଦୁର୍ବଳ ସରକାର।

ସେ କହିଛନ୍ତି ମୋଦି ସରକାର ନେତୃତ୍ୱରେ ଦେଶର ଜିଡିପି ହ୍ରାସ ପାଇଥିବା ବେଳେ କରୋନା ସମୟରେ ଅନେକ ଲୋକ ପ୍ରାଣ ହରାଇଛନ୍ତି। ସରକାର ଏଥିପ୍ରତି ଧ୍ୟାନ ଦେବା ପରିବର୍ତ୍ତେ ଚୁପ୍ ବସିଥିବାରୁ ସାଧାରଣ ଲୋକ କେନ୍ଦ୍ରର ବିଫଳତକୁ ହୃଦବୋଧ କରିଛନ୍ତି। ସେହିପରି କରୋନାର ଦ୍ୱିତୀୟ ଲହର ଯୋଗୁଁ ଦେଶରେ ଭୟ, ଶୋକ ଓ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ଭାରତରେ କରୋନା ସଂକ୍ରମଣ ବଢୁଥିବା ସମଗ୍ର ବିଶ୍ୱରେ ଆଲୋଚନା ହେଉଛି। ଦେଶ ଏବେ ଉଭୟ ଅର୍ଥନୀତି ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ସଙ୍କଟ ଦେଇ ଗତି କରୁଛି। ଆଗାମୀ ଦିନରେ ପରିସ୍ଥିତି ଅତ୍ୟନ୍ତ ଭୟଭୀତ ହେବ। ବିଶେଷଜ୍ଞମାନେ ଏ ନେଇ ଚେତାବନୀ ଦେଇଛନ୍ତି। କେବଳ ସେତିକି ନୁହେଁ ଏ ସରକାର ସମୟରେ ବେକାରୀ ସମସ୍ୟା ଚରମ ସୀମାରେ ପହଞ୍ଚିଥିବାରୁ ଏହି ସରକାର ଦେଶ ପାଇଁ କ୍ଷତିକାରକ ବୋଲି ସୁରଜେଓ୍ୱାଲା କହିଛନ୍ତି।

ସମ୍ବନ୍ଧିତ ଖବର
between image and heading

Comments are closed.