ଦେଶର ୧୪୮ ଜିଲ୍ଲାରେ ପଜିଟିଭ୍‌ ସଂଖ୍ୟା ଗତବର୍ଷଠାରୁ ଦୁଇଗୁଣ

0

ନୂଆଦିଲ୍ଲୀ : କରୋନା ସଂକ୍ରମଣର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଦେଶର ୧୪୮ ଜିଲ୍ଲା ଏବେ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏହି ଜିଲ୍ଲା ଗୁଡିକରେ ପଜିଟିଭ୍‌ ହାର ୧୫ ପ୍ରତିଶତ ଅଧିକ ଥିବାବେଳେ ଆକ୍ଟିଭ୍ କେସ୍ ଗତବର୍ଷ ତୂଳନାରେ ଦୁଇଗୁଣ ଆଗରେ ରହିଛି।

ବୁଧବାର ମନ୍ତ୍ରଣାଳୟ ସଚିବ ରାଜେଶ ଭୂଷଣ କହିଛନ୍ତି ଦେଶର କରୋନା ପ୍ରଭାବିତ ୭୪୦ ଜିଲ୍ଲାରୁ ୧୪୬ଟି ଜିଲ୍ଲାରେ ପଜିଟିଭ୍ ହାର ୧୫ ପ୍ରତିଶତ ଅଧିକ ରହିଛି। ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା ହେଲା କୋଭାକ୍ସିନର ଦ୍ଵିତୀୟ ଡୋଜ୍ ନେବା ପରେ ୦.୦୪ ପ୍ରତିଶତ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିବା ବେଳେ କୋଭିସିଲ୍‌ଡ ଦ୍ଵିତୀୟ ଡୋଜ୍‌ ନେଇଥିବା ୦.୦୩ ପ୍ରତିଶତ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ସେ କହିଛନ୍ତି ଦେଶରେ ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, କର୍ଣ୍ଣାଟକ ଛତିଶଗଡ ଓ କେରଳ ସବୁଠୁ ଅଧିକ ପ୍ରଭାବିତ ରାଜ୍ୟ। କେନ୍ଦ୍ର ସରକାରଙ୍କ ବିଶେଷ ନଜର ଏହି ରାଜ୍ୟଗୁଡିକ ଉପରେ ରହିଥିବା ବେଳେ ସ୍ଥିତି ନିୟନ୍ତ୍ରଣ ପାଇଁ କାମ କରାଯାଉଛି। ଦେଶରେ ବର୍ତ୍ତମାନ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୧ ଲକ୍ଷ ୫୭ ହଜାର ରହିଛି। କରୋନା ସଂକ୍ରମଣରେ ମୃତ୍ୟୁହାର ୧.୧୭ ପ୍ରତିଶତ ରହିଥିବା ବେଳେ ସୁସ୍ଥ ହାର ୮୫ ପ୍ରତିଶତ ରହିଛି।

Leave A Reply

Your email address will not be published.