ଦେଶରେ କରୋନା ସୁସ୍ଥଙ୍କ ସଂଖ୍ୟା ୬୦ ଲକ୍ଷ ଟପିଲା

ନୂଆଦିଲ୍ଲୀ : ଦେଶରେ କରୋନାର ପ୍ରଭାବ କମୁଛି। ସଂକ୍ରମଣ ହ୍ରାସ ପାଉଥିବା ବେଳେ ସୁସ୍ଥ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ଭିତରେ ୭୪,୩୮୩ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିବାରୁ ଦେଶରେ ମୋଟ ପଜିଟିଭ୍ ମାମଲା ୭୦,୫୩,୮୦୭ ରହିଛି।

ସେହିପରି ଗତ ୨୪ ଘଣ୍ଟା ଭିତରେ ୮୯,୧୫୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୯୧୮ ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ମୋଟ ୬୦,୭୭,୯୭୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କରୋନା ମୃତ୍ୟୁ ସଂଖ୍ୟା ୧,୦୮ ,୩୩୪ ଛୁଇଁଛି। ଏବେ ୮,୬୭,୩୩୪ ଆକ୍ଟିଭ୍ ମାମଲା ରହିଛି। ଦେଶରେ ରିକଭରୀ ହାର ରହିଛି ୮୬.୧୬ ପ୍ରତିଶତ। ପଜିଟିଭ୍ ରେଟ୍ ୬.୮୯ ପ୍ରତିଶତ ରହିଥିବା ବେଳେ ମୃତ୍ୟୁ ହାର ୧.୫୩ ପ୍ରତିଶତ ରହିଛି।

ମତାମତ ଦିଅନ୍ତୁ ।