ଧବଳେଶ୍ୱର ପୀଠରେ ଜାଗର ଦିନ ୧୪୪ ଧାରା

ଆଠଗଡ଼ : କଟକ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ଚଳିତ ବର୍ଷ ଜାଗର ଯାତ୍ରା ପାଇଁ ଆଠଗଡ଼ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ୧୧ ତାରିଖ ସକାଳ ୬ଟା ଠାରୁ ୧୨ ତାରିଖ ସକାଳ ୬ ଘଟିକା ପର୍ଯ୍ୟନ୍ତ ଏହି ଧାରା ବଳବତ୍ତର ରହିବ। କେବଳ ପୂଜକମାନଙ୍କ ଦ୍ୱାରା ନୀତିକାନ୍ତି କରାଯାଇ ରାତି ୧୨ଟା ପରେ ମହାଦୀପ ଉଠିବ। ଆଠଗଡ଼ ଉପଜିଲ୍ଲାପାଳ ଓ ପୂଜକ ସମାଜ ମଧ୍ୟରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

ବୈଠକରେ ଆଠଗଡ଼ ଉପଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ଅଜାମ୍ବର ମହାନ୍ତି, ପୂଜକ ସମିତି ସଭାପତି, ସଂପାଦକ, ଚୌଦ୍ୱାର ଏସଡିପିଓ ପ୍ରଶାନ୍ତ ମଲ୍ଲଙ୍କ ସମେତ ସ୍ଥାନୀୟ ସରପଞ୍ଚ ପ୍ରମୂଖ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *

Back to top button