ଧଳା ରଙ୍ଗର ସାପ ଉଦ୍ଧାର

ଭୁବନେଶ୍ୱର : କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଗାଙ୍ଗପୁର ଗାଁରୁ ଏକ ଫୁଟ ଲମ୍ବର ସମ୍ପୂର୍ଣ୍ଣ ଧଳା ରଙ୍ଗର ସାପ ଉଦ୍ଧାର ହୋଇଛି। ସାପଟିକୁ ଦେଖି ଗ୍ରାମବାସୀ ଭୟଭୀତ ହୋଇଯାଇଥିଲେ। ଏହାପରେ ତପନ ଜେନା ନାମକ ଯୁବକ ସାପଟିକୁ ଉଦ୍ଧାର କରି ଫଟୋ ସ୍ନେକ୍ ହେଲ୍ପ ଲାଇନ୍‌କୁ ପଠାଇଥିଲେ। ଏହି ସାପଟି ଲିଉଷ୍ଟିକ୍ ଚିତି ବୋଲି ସ୍ନେକ ହେଲ୍ପ ଲାଇନର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି। ସ୍ନେକ ହେଲ୍ପ ଲାଇନର ସଦସ୍ୟ ନଳିନୀ ପ୍ରସାଦ ଦାସ ରାଜକନିକାରେ ପହଞ୍ଚି ସାପଟିକୁ ଉଦ୍ଧାର କରିବା ପରେ ଗାଁଠାରୁ ପ୍ରାୟ ୧୦ କିମି ଦୂର ଜଙ୍ଗଲରେ ଛାଡି ଦେଇଛନ୍ତି।

ମତାମତ ଦିଅନ୍ତୁ ।