ଧାମନଗର : ଯୁବକଙ୍କୁ ପିଟିପିଟି ହତ୍ୟା

ଭଦ୍ରକ : ଧାମନଗର ଅଞ୍ଚଳ ଦକ୍ଷିଣବାଡ଼ ଗାଁରେ ଆଜି ସନ୍ଧ୍ୟାରେ ହତ୍ୟାକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସତ୍ୟଜିତ ପଣ୍ଡାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ମୁର୍ମୁଷୁ ଅବସ୍ଥାରେ ପ୍ରଥମେ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଧାମନଗରରେ ଉତ୍ତେଜନା ପ୍ରକାଶ ପାଇବାରୁ ଭଦ୍ରକ ଏସଡିପିଓ ସାର୍ଥକ ରାୟ ଧାମାନଗର ଥାନାରେ ପହଂଚିଛନ୍ତି। ସୂଚନାଯୋଗ୍ୟ ସତ୍ୟଜିତଙ୍କର ୧୫ ଦିନ ତଳେ ବିବାହ ହୋଇଥିଲା।

ମତାମତ ଦିଅନ୍ତୁ ।