ଧରାପଡ଼ିଲେ ଲୁଟେରା ବାପ-ପୁଅ

କୋରେଇ : କୋରେଇ ପୂର୍ବକୋଟ ତେଲଙ୍ଗା ବସ୍ତିରୁ ଗିରଫ ହୋଇଥିଲେ ଲୁଟେରା ଗ୍ୟାଙ୍ଗର ୩ ଜଣ ସଦସ୍ୟ। କିନ୍ତୁ ଖସିଯାଇଥିଲେ ମାଷ୍ଟର ମାଇଣ୍ତ। ଆଜି ମାଇକେଲ ଆଞ୍ଜିନେଲୁ ଓ ତାର ପୁଅ ଆକାଶ ଆଞ୍ଜିଲେନୁ ଧରାପଡିଛନ୍ତି। ସେମାନଙ୍କୁ ବ୍ୟାସନଗରସ୍ଥିତ ବ୍ୟାସସରୋବରରୁ ଗିରଫ କରାଯାଇଛି।

ମାଇକେଲ ବାପ-ପୁଅ ବହୁଦିନ ଧରି କୋରେଇ ଓ ଆଖପାଖ ଅଂଚଳରେ ବିଭିନ୍ନ ଚୋରି, ଡକାୟତି ଓ ରାହାଜାନି ଭଳି ଅପରାଧ ଘଟାଉଥିଲେ। ଗଞ୍ଜାମ ଜିଲ୍ଲାରୁ ଅପରାଧୀଙ୍କୁ ଆଣି କୋରେଇ ଅଂଚଳରେ କରୁଥିଲେ ଏପରି କାର୍ଯ୍ୟ। କୋରେଇ ଥାନାଧିକାରୀ ରଂଜିତ ମହାନ୍ତିଙ୍କ ସୂଚନା ହେଲା ବାପ-ପୁଅ ରାଜ୍ୟ ବାହାରୁ ଅପରାଧୀମାନକୁ ଆଣି କୋରେଇ ଅଂଚଳରେ ଅପରାଧିକ ମାମଲାରେ ନିୟୋଜିତ କରିଥାନ୍ତି। ପରେ ସେମାନଙ୍କ ଠାରୁ ଲୁଟ୍ ସାମଗ୍ରୀ ଓ ଟଙ୍କାର ଭାଗ ନିଅନ୍ତି।

ମତାମତ ଦିଅନ୍ତୁ ।