ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ବାରଣ୍ଡାରେ ରୋଗୀ ମୃତ୍ୟୁ: ଫାର୍ମାସିଷ୍ଟ ବହିଷ୍କୃତ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନା ବାରଣ୍ଡାରେ ରୋଗୀ ମୃତ୍ୟୁ ଘଟଣାର ତଦନ୍ତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା, ସୁଜାତରାଣୀ ମିଶ୍ର ଏକ ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି। ରିପୋର୍ଟରେ ଘଟଣା ପାଇଁ କାର୍ଯ୍ୟରତ ଡାକ୍ତର ଓ କର୍ମଚାରୀଙ୍କ ଅବହେଳାକୁ ଦାୟୀ କରିଥିବା ବେଳେ କାର୍ଯ୍ୟନୁଷ୍ଟାନ ସ୍ଵରୂପ ଫାର୍ମାସିଷ୍ଟ ଶୁଭସ୍ମିତା ସାହୁଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି।

ଅପରପକ୍ଷରେ ସେହି ସମୟରେ କାର୍ଯ୍ୟରତ ଡାକ୍ତର ସ୍ୱାଗତିକା ସାହୁ ଆୟୁଷ ଡାକ୍ତର ହୋଇଥିବାରୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବିଭାଗୀୟ ରାଜ୍ୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଆଦେଶରେ ଏକ ଆକ୍ସନ ଟେକେନ ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ ଦିଆଯାଇଛି। ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରାଯାଇଛି। ଏହାଛଡା ସୁରକ୍ଷା ଏଜେନ୍ସିର ମୁଖ୍ୟଙ୍କୁ ଏକ ଚରମପତ୍ର ପଠାଯାଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।