ଧୋକାଦେଲା ବୟଫ୍ରେଣ୍ଡ : ୪ ସାଙ୍ଗ ଦୁଷ୍କର୍ମ କରିବା ପରେ ଭାଇରାଲ କରିଦେଲା ଭିଡିଓ

ବରେଲୀ : ଉତ୍ତର ପ୍ରଦେଶରେ ଦୁଷ୍କର୍ମ ମାମଲା ଉପରେ ରୋକ ଲାଗୁନାହିଁ। ଦିନକୁ ଦିନ ସଂଖ୍ୟା ବାଢୁଛି। ବରେଲୀରୁ ଆସିଛି ଗଣଦୁଷ୍କର୍ମ ଅଭିଯୋଗ। ନାବାଳିକାକୁ ଧୋକା ଦେଇଛି ବୟଫ୍ରେଣ୍ଡ। ୪ ଜଣ ସାଙ୍ଗଙ୍କୁ ଡାକି ଦୁଷ୍କର୍ମ କରାଇବା ପରେ ଏହାର ଭିଡିଓ ଭାଇରାଲ କରିଛନ୍ତି।

ପୀଡ଼ିତାର ଅଭିଯୋଗ ବୟଫ୍ରେଣ୍ଡ ବିବାହାର ପ୍ରତିଶ୍ରୁତି ଦେଇ ବର୍ଷେକାଳ ତାଙ୍କୁ ଦୁଷ୍କର୍ମ କରି ଆସୁଥିଲେ। ଅଶ୍ଳୀଳ ଭିଡିଓ ଓ ଫଟୋ ଉତ୍ତୋଳନ କରିଥିଲେ। ଏହାକୁ ଦେଖାଇ କରୁଥିଲେ ବ୍ଲାକମେଲିଂ। ଏପରିକି ବୟଫ୍ରେଣ୍ଡ ତାଙ୍କ ୪ ଜଣ ସାଙ୍ଗଙ୍କୁ ଡାକିଥିଲେ। ସେମାନେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ପରେ ଜାନୁଆରୀ ୧ରେ ସୋଶିଆଳ ମିଡିଆରେ ଅଶ୍ଳୀଳ ଭିଡିଓ ଭାଇରାଲ କରିଦେଇଥିଲେ। ପୀଡ଼ିତାଙ୍କ ପରିବାର ଏନେଇ ପୋଲିସ୍‌ରେ ଅଭିଯୋଗ କରିବାରୁ ଅଭିଯୁକ୍ତଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରହିଛି।

ମତାମତ ଦିଅନ୍ତୁ ।