ଦିବ୍ୟାଙ୍ଗଙ୍କୁ ବାହାହେଲେ ମିଳିବ ଅଢେଇ ଲକ୍ଷ

ଭୁବନେଶ୍ଵର : ଏଣିକି ଦିବ୍ୟାଙ୍ଗଙ୍କୁ ବିବାହ କଲେ ଅଢେଇ ଲକ୍ଷ ଟଙ୍କା ମିଳିବ। ପୂର୍ବରୁ ପ୍ରୋତ୍ସାହନ ରାଶି ବବାଦକୁ ୫୦ ହଜାର ଟଙ୍କାର ମିଳୁଥିଲା। ଏବେ ଆଉ ୨ ଲକ୍ଷ ଟଙ୍କା ଅଧିକ ପାଇବେ। ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗ ସଚିବ ଭାସ୍କରଜ୍ୟୋତି ଶର୍ମା ଏ ନେଇ ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି।

ରାଜ୍ୟ ସରକାରଙ୍କ ନୂଆ ନିଷ୍ପତ୍ତି ଅନୁଯାୟୀ ଯୋଗ୍ୟ ଦମ୍ପତ୍ତିଙ୍କୁ ବର୍ଦ୍ଧିତ ପ୍ରୋତ୍ସାହନ ରାଶି ଦେବାକୁ ନିଷ୍ପତ୍ତି ହୋଇଛି। ଏହି ପଦକ୍ଷେପ ଦିବ୍ୟାଙ୍ଗମାନଙ୍କ ମାନସିକ ସ୍ଥିତିକୁ ଆହୁରି ମଜଭୁତ କରିବ। ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ପ୍ରସ୍ତାବ ଦିଆଯାଇଥିଲା । ଯାହାକୁ ମଞ୍ଜୁର ମିଳିଛି। ଭିନ୍ନକ୍ଷମଙ୍କ ପାଇଁ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ। ଏ ନିୟମ ଦ୍ଵାରା ବିଭିନ୍ନ ପର୍ଯ୍ୟାୟରେ ସେମାନଙ୍କୁ ଟଙ୍କା ମିଳିବ। ଏଥିପାଇଁ ଉପଯୁକ୍ତ ଭିନ୍ନକ୍ଷମ ସାର୍ଟିଫିକେଟ୍ ଦେବାକୁ ପଡିବ।

Leave a Reply

Your email address will not be published. Required fields are marked *

Back to top button