ଦିବ୍ୟାଙ୍ଗଙ୍କୁ ଶୀତବସ୍ତ୍ର ଓ ଖାଦ୍ୟ ବଣ୍ଟନ

ଭୁବେନଶ୍ୱର : ହେମନ୍ତ ରଥ ଫାଉଣ୍ଡସନ ପକ୍ଷରୁ ରାଜଧାନୀ ଭୁବନେଶ୍ଵରରେ ବୁଧବାର ଦିନ ଜୟେଦବ ଭବନ ସମ୍ମୁଖରେ ଦୁଇଶହରୁ ଅଧିକ ଦିବ୍ୟାଙ୍ଗଙ୍କୁ ଶୀତବସ୍ତ୍ର ଓ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଫାଉଣ୍ଡସନର ସଭାପତି ହେମନ୍ତ ରଥ, ଉପସଭାପତି ଦିଗମ୍ବର ବିଶ୍ୱାଳ, ବ୍ରିଙ୍ଗ୍ ସ୍ମାଇଲ୍‌ର ଅଧ୍ୟକ୍ଷା ସୁଚରିତା ମିଶ୍ର, ଫାଉଣ୍ଡସନର ସମ୍ପାଦକ ଇଂ ସ୍ୱାତିଶ ରଞ୍ଜନ ସାହୁ, ଇଂ ମନୋଜ ନାୟକ, ପୃଥୀରାଜ ଭୂୟାଁ, ମନୋଜ ଷଡଙ୍ଗୀ ଓ ଇଂ ସୌଭାଗ୍ୟବତୀ ସାମଲ, ସୁଲୋଚନା ବିଶ୍ୱାଳ, ସ୍ୱରାଜ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହି ସାମଗ୍ରୀ ବଣ୍ଟନ କରିଥିଲେ।

ମତାମତ ଦିଅନ୍ତୁ ।